ଜାଲରେ ପଡ଼ିଲେ ଶିକ୍ଷା ବିଭାଗ କିରାଣି: ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

Advertisment

ଭିଜିଲାନ୍ସ ଜାଲରେ ପଡ଼ିଲେ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ। ୧୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌।

ଭିଜିଲାନ୍ସ ଜାଲରେ ପଡ଼ିଲେ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ। ୧୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌।

dgjdgjgjdbcnbn

ସେମିଳିଗୁଡା/କୋରାପୁଟ: ଭିଜିଲାନ୍ସ ଜାଲରେ ପଡ଼ିଲେ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ। ୧୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌। ଲାଞ୍ଚ ବାବଦ ନେଇଥିବା ୧୫ହଜାର ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ପଚରାଉଚରା ଆରମ୍ଭ କରିଛି।

ନନ୍ଦପୁର ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଶିକ୍ଷକ ରମେଶ ବେହେରାଙ୍କ ୨୦୧୯ ମସିହାରେ ମୃତ୍ୟୁ ହୋଇଥିଲା। ତେବେ ୬ବର୍ଷ ହେଲା ତାଙ୍କ ପରିବାରକୁ ଆର୍‌ଏସିପି, ଏମ୍‌ଏସିପି, ବର୍ଦ୍ଧିତ ଦରମା ସହ ଅନ୍ୟ ପ୍ରାପ୍ୟ ମିଳିନଥିଲା। ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିବା ସତ୍ତ୍ବେ କାଗଜପତ୍ର କାମ ହୋଇନଥିଲା। ଶେଷରେ କନିଷ୍ଠ କିରାଣି କାମ କରାଇଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ ଆଜି ୧୫ହଜାର ଟଙ୍କା କିରାଣି ରହୁଥିବା ସେମିଳିଗୁଡ଼ା ଘରେ ଦେବାକୁ କହିଥିଲେ। ତେବେ ଏହି ବିଷୟରେ ଦିବଙ୍ଗତ ଶିକ୍ଷକ ରମେଶ ବେହେରାଙ୍କ ପୁଅ ସନ୍ଦୀପ ବେହେରା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ଅନୁଯାୟୀ ରସାୟନ ବୋଳା ନୋଟ୍‌ ଦେଇ ସନ୍ଦୀପଙ୍କୁ ପଠାଇଥିଲା ଭିଜିଲାନ୍ସ।

ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଗୋଟିଏ ଚା’ ଦୋକାନ ନିକଟରେ ରାତି ପ୍ରାୟ ୭ଟାରେ ସନ୍ଦୀପ ବେହେରା ଲାଞ୍ଚ ଟଙ୍କା ଦେଇଥିଲେ। ଏହାପରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କିରାଣି ସନ୍ଦୀପ କୁମାର ତ୍ରିପାଠୀଙ୍କୁ ଗିରଫ କରିଥିଲା। ଟଙ୍କା ଜବତ କରିବା ପରେ କିରାଣିଙ୍କ ଭଡ଼ାଘରେ ଚଢ଼ଉ କରିଥିବା ସୂଚନା ମିଳିଛି। ମାମଲା ରୁଜୁ ପରେ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ଅଭୟ ପ୍ରଧାନ, ଏସ୍‌ଏନ୍‌ ପାଣି, ଇନ୍‌ସପେକ୍ଟର ସଞ୍ଜୟ ପ୍ରଧାନ, ସନ୍ତୋଷୀ ବାରିକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe