ରାଉରକେଲା ଉପକଣ୍ଠରେ ଥିବା ସ୍କୁଲରେ ଶିକ୍ଷା ଭରଣା କାର୍ଯ୍ୟକ୍ରମ ବାଟବଣା!

Advertisment

ପାଠ୍ୟପୁସ୍ତକ ପହଞ୍ଚିନି, ପିଲା ଆସୁନାହାନ୍ତି, ଖରାଛୁଟି ନାହିଁ, ଶିକ୍ଷକ ମହଲରେ ଅସନ୍ତୋଷ

ପାଠ୍ୟପୁସ୍ତକ ପହଞ୍ଚିନି, ପିଲା ଆସୁନାହାନ୍ତି, ଖରାଛୁଟି ନାହିଁ, ଶିକ୍ଷକ ମହଲରେ ଅସନ୍ତୋଷ

ଗଣ୍ଠିଲିରେ ବନ୍ଧା ହୋଇଛି ୫୮ହଜାର ପୁସ୍ତକ, ପରୀକ୍ଷା ଆରମ୍ଭ ହେଲା ପଛେ ୫ ହଜାର ପିଲାଙ୍କୁ ଯୋଗାଣ ନୋହିଲା

Northeast Now

ରାଉରକେଲା: କୋଭିଡ୍‌ ମହାମାରୀ ସମୟରେ ସ୍କୁଲ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବାରୁ ଏହାକୁ ଭରଣା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ଲାନ(ଏଲ୍‌ଆର୍‌ପି) ଶୁଭାରମ୍ଭ କରାଯାଇଥିଲା। ନୂଆ ପାଠ୍ୟ ପୁସ୍ତକ ବି ପ୍ରସ୍ତୁତ ହେଲା। ଉକ୍ତ ପାଠ୍ୟପୁସ୍ତକକୁ ଗତ ମେ’ ୨ ତାରିଖରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢ଼ାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହେଲା। ଖରାମାସ ସାରା, ଏହି ବହିରୁ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏଯାଏଁ କିନ୍ତୁ ଏହି ନୂତନଭାବେ ଛପା ଯାଇଥିବା ପାଠ୍ୟ ପୁସ୍ତକ ଜିଲ୍ଲାର ବିଭିନ୍ନ ସ୍କୁଲକୁ ପହଞ୍ଚିପାରିନି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଉରକେଲା ଉପକଣ୍ଠରେ ଥିବା ସ୍କୁଲରେ ବି ଏହା ପହଞ୍ଚିପାରିନଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ। ଫଳରେ ୧-୫ ଶ୍ରେଣୀ ପିଲାଙ୍କୁ ‘ଉଜ୍ବଳ’ ଓ ୬-୮ ଶ୍ରେଣୀ ପିଲାଙ୍କୁ ‘ଉତ୍‌ଥାନ’ ବହି ପଢ଼ାଯାଉଛି। ନିର୍ଦ୍ଦିଷ୍ଟ ଏହି କାରଣରୁ ସ୍କୁଲରେ ଉପସ୍ଥାପନ ପ୍ରାୟ ୩୦/୪୦ ପ୍ରତିଶତ ହ୍ରାସ ପାଇଛି। ସ୍କୁଲରେ ପ୍ରକୃତ ଶିକ୍ଷା ହେଉନି, କେବଳ ସମୟ ଅତିବାହିତ କରାଯାଉଥିବା ଅଭିଯୋଗକରି ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି।

publive-image

ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଖରାଛୁଟି ଦିଆଯାଉନଥିବାରୁ ଶିକ୍ଷକଶିକ୍ଷୟିତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ସ୍କୁଲ ଖୋଲା ରହୁଛି। ଶିକ୍ଷକଶିକ୍ଷୟିତ୍ରୀ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲରେ ରହୁଛନ୍ତି କିନ୍ତୁ ପିଲା ସ୍କୁଲ ଆସୁନାହାନ୍ତି। ପିଲାଙ୍କ ଅନୁପସ୍ଥିତି ହାରକୁ ଦେଖିଲେ, ଶିକ୍ଷକଶିକ୍ଷୟିତ୍ରୀ କେବଳ ସ୍କୁଲ ଜଗିବା କାର୍ଯ୍ୟ କରୁଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରେ ଜୁନ୍‌ ୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଛି। ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିଚାଳିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭିରେ ଆସନ୍ତା ୬ ତାରିଖରୁ ଖରାଛୁଟି ହେବ। ଏବର୍ଷ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ କେବେଠାରୁ ଖରାଛୁଟି ହେବ? ଏଥର ଖରାଛୁଟି ହେବ ନା ନାହିଁ? ଏଭଳି ଏକାଧିକ ପ୍ରଶ୍ନ ଉଙ୍କିମାରିଥିବାବେଳେ ଉତ୍ତର କିନ୍ତୁ ମିଳୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe