କଟକ: ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ (ମାଟ୍ରିକ୍‌) ପରୀକ୍ଷା। ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିକୁ ଅଧିକ ସହଜ, ସରଳ ଆଉ ଉପଯୋଗୀ କରିବା ଲକ୍ଷ୍ୟରେ ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ପ୍ରକାଶ ପାଇ ଆସୁଛି ‘ଶିକ୍ଷା ସମ୍ବାଦ’। ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜ ‘ସମ୍ବାଦ’ ସର୍ବପ୍ରଥମେ ଖବରକାଗଜରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତ୍ୟେକ ଦିନ ଏକ ସ୍ବତନ୍ତ୍ର ପୃଷ୍ଠା ପ୍ରକାଶନ ଆରମ୍ଭ କରିବା ପରେ ତାହା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। 

Advertisment

Konark: କୋଣାର୍କରେ ‘ପଥ ଉତ୍ସବ’, ଯୋଗଦେଲେ ଶତାଧିକ କଳାକାର

‘ଶିକ୍ଷା ସମ୍ବାଦ’ ମାଧ୍ୟମରେ  ପ୍ରସ୍ତୁତି କରି ରାଜ୍ୟର ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଭିଜ୍ଞ, ଅନୁଭବି ତଥା ମାଟ୍ରିକ ପରୀକ୍ଷା ବ୍ୟବସ୍ଥା ସହ ଜଡ଼ିତ ରହି ଆସିଥିବା ଶିକ୍ଷାବିତ୍‌ଙ୍କ ଦ୍ବାରା ପ୍ରସ୍ତୁତ ‘ଶିକ୍ଷା ସମ୍ବାଦ’ ଖୁବ୍‌ଶୀଘ୍ର ପ୍ରତ୍ୟେକ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇବାକୁ ଯାଉଛି। ‘ସମ୍ବାଦ’ ପାଇବା ପାଇଁ ନିକଟସ୍ଥ ଖବରକାଗଜ ବିତରକଙ୍କୁ ଆଗୁଆ କହି ରଖିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଉଛି।

Mandei: ମଣ୍ଡେଇ-୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ