କୋଣାର୍କ (ସୁକାନ୍ତ ବିଶ୍ବାଳ): ସାମାଜିକ ଅନୁଷ୍ଠାନ ବିକାଶ, କୋଣାର୍କ ପଥ ଉତ୍ସବ କମିଟି ଓ ୟୁବି ଫୁଡ୍ ସହଯୋଗରେ ଶନିବାର ସନ୍ଧ୍ୟାରେ କୋଣାର୍କରେ ପଥ ଉତ୍ସବ ଆୟୋଜିତ ହୋଇଯାଇଛି। କୋଣାର୍କ ସହରର ରାଜରାସ୍ତାରେ ଭିନ୍ନଭିନ୍ନ ସଙ୍ଗୀତର ପରିବେଷଣ ସହ ନୃତ୍ୟଶିଳ୍ପୀ ଓ ପର୍ଯ୍ୟଟକମାନେ ଶସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ। ଆନନ୍ଦ ଉଲ୍ଲାସରେ ନୃତ୍ୟ ଶିଳ୍ପୀ ଓ ପର୍ଯ୍ୟଟକ ମାନେ ଏହାକୁ ଉପଭୋଗ କରିଥିଲେ।
ଏହି ଉତ୍ସବ କୋଣାର୍କ ମେଡ଼ିକାଲ ଛକ ନିକଟ ଅର୍କ ମଣ୍ଡପରୁ ଶୁଭାରମ୍ଭ ହୋଇଥିଲା। ବିକାଶ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଅଶୋକ କୁମାର ନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ, ଗୋପ ବ୍ଲକ ଅଧ୍ୟକ୍ଷା ଝୂନୁ ମଲ୍ଲିକ, ପଥ ଉତ୍ସବ କମିଟିର ରାଜକିଶୋର ମହାପାତ୍ର, ଗୋପାଳ ଚନ୍ଦ୍ର ବେହେରା, ମଙ୍ଗରାଜ ମୁଦୁଲି, ଅର୍କଶ୍ରି ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇ ପଥ ଉତ୍ସବ ର ଲୋଗୋ ଉନ୍ମୋଚିତ କରିବା ସହ ପତାକା ଦେଖାଇ ପଥ ଉତ୍ସବକୁ ଶୁଭାରମ୍ଭ କରିଥିଲେ।
/filters:format(webp)/sambad/media/media_files/2025/12/06/konark1-2025-12-06-22-16-42.jpg)
ମେଡ଼ିକାଲ ଛକରୁ ଆରମ୍ଭ
ଏହି ସମାରୋହରେ ବିଭିନ୍ନ କଳାକାରମାନେ ନିଜନିଜର କଳାପଦର୍ଶନ କରି ପଥ ଯାତ୍ରା ମେଡ଼ିକାଲ ଛକରୁ ବାହାରି ରିଙ୍ଗ ରୋଡ ଓ ଟୁରିଷ୍ଟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଃ ମେଡ଼ିକାଲ ଛକକୁ ଫେରିଥିଲା। ରାସ୍ତାରେ ପ୍ରତିଯୋଗୀମାନେ ଆନନ୍ଦ ଉଲ୍ଲାସରେ ନିଜର ଟିମ୍କୁ ନେଇ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ପରେ ଅର୍କ ମଣ୍ଡପରେ ଉଦଯାପନୀ ଉତ୍ସବରେ ସମସ୍ତ ପ୍ରତିଯୋଗୀମାନେ ପୁନଃ ସେମାନଙ୍କର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ। ବରିଷ୍ଠ ଯୋଗଗୁରୁ ବାମଦେବ ଆଲୁକ, ରବୀନ୍ଦ୍ର ଗୋଛୟତ ଓ ଗୁରୁପଦ ବଳିଆର ସିଂ ଓ ପ୍ରତାପ ରାଉତୁ ବିଚାରପତି ଭାବ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଚୟନ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କଳାକାରମାନଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା।
#କୋଣାର୍କ_ପଥ_ଉତ୍ସବ
— Sambad (ସମ୍ବାଦ) (@sambad_odisha) December 6, 2025
-ପୁରୀ ଜିଲ୍ଲା କୋଣାର୍କରେ ପଥ ଉତ୍ସବ, ଶତାଧିକ କଳାକାରଙ୍କ ଯୋଗଦାନ#Sambad#Konark#Odissipic.twitter.com/rdp67LY9YS
ଆହୁରି ପଢ଼ନ୍ତୁ: Renewable Energy: ‘ଓଡ଼ିଶାରେ ୧ କିଲୋୱାଟ୍ କ୍ଷମତାବିଶିଷ୍ଟ ୧.୫ ଲକ୍ଷ ରୁଫ ଟପ୍ ସୋଲାର୍ ୟୁନିଟ୍ ସ୍ଥାପନ ହେବ’
ପ୍ରତିଯୋଗୀଙ୍କୁ ପୁରସ୍କାର
ଏହି ଅବସରରେ ରେଡ଼ିଓ ନମସ୍କାର ଅଧକ୍ଷ ସାହା ଅନସାରୀ, ଶିକ୍ଷାବିତ୍ ପ୍ରକାଶ ଖାଟୋଇ, ରାମକୃଷ୍ଣ ମହାନ୍ତି, ସାମ୍ବାଦିକ ଅକ୍ଷୟ ନାୟକ, ପ୍ରତାପ କାଣ୍ଡି, ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ସମେତ ପଥ ଉତ୍ସବ ସଂଯୋଜିକା ରିତା ମିଶ୍ର, ମନୋରମା ଦାଶ, ପଦ୍ମାଳୟା ଚୌଧୁରୀ, ଜ୍ୟୋତିର୍ମୟୀ ସାହୁ, କାମଦେବ ବିଶ୍ଵାଳ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଅଜୟ ପଟ୍ଟନାୟକ, ବିବେକାନନ୍ଦ ମିଶ୍ର, ଆଶୁତୋଷ ହୋତା, ପ୍ରତାପ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଆହୁରି ପଢ଼ନ୍ତୁ: Omar Abudullah on Indi allaince: ଇଣ୍ଡିଆ ମେଣ୍ଟ ଆଇସିୟୁକୁ ଚାଲିଯାଇପାରେ: ଓମାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/06/konark-2025-12-06-22-15-50.jpg)