ଶିକ୍ଷାବିତ୍‌ ଦେବାର୍ଚ୍ଚନ ରଥଙ୍କ ପରଲୋକ

Advertisment
ଶିକ୍ଷାବିତ୍‌ ଦେବାର୍ଚ୍ଚନ ରଥଙ୍କ ପରଲୋକ

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷାର ସହକାରୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ଦେବାର୍ଚ୍ଚନ ରଥଙ୍କ ଜୟଦେବ ବିହାରର ପଞ୍ଚମୁଖୀ ହନୁମାନ ଲେନ୍‌ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ସ୍ବର୍ଗତ ରଥ ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ, ବନ୍ଧୁବତ୍ସଳ, ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ବିଷମକଟକ ସିଟି ସ୍କୁଲ୍‌, ମୋହନ ସୁବୁଦ୍ଧି ହାଇସ୍କୁଲ୍‌ , ବଡ଼ମ୍ବା, ସାଲେପୁର ହାଇସ୍କୁଲ୍‌ , ରଘୁନାଥପୁର ହାଇସ୍କୁଲ୍‌, ଯୋଗେନ୍ଦ୍ର ଦେବ ହାଇସ୍କୁଲ୍‌, ବୌଦ୍ଧ, ବିଶ୍ବନାଥ ବିଦ୍ୟାପୀଠ, ଆଠଗଡ଼, ଫୁଲବାଣୀ ଓ ବାଲିଗୁଡ଼ା ହାଇସ୍କୁଲରେ ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ବିଶେଷକରି, ଗଣିତ ଶାସ୍ତ୍ରରେ ଦକ୍ଷତା ପାଇଁ ସେ ରାଜ୍ୟ ସରକାରଙ୍କଠାରୁ ଅନେକ ପ୍ରଶଂସା ପତ୍ର ପାଇଥିଲେ।

ତାଙ୍କର ତିନିପୁଅ ମାନସ ରଞ୍ଜନ ରଥ, ମୈଥିଲେଶ ରଞ୍ଜନ ରଥ ଓ ମିହିର ରଞ୍ଜନ ରଥ ଏବଂ ଏକମାତ୍ର କନ୍ୟା ମିନାକ୍ଷୀ ରଥ ଓ ଜ୍ବାଇଁ ରଞ୍ଜନ କୁମାର ମିଶ୍ର ଅଛନ୍ତି। ପତ୍ନୀ ଅପ୍‌ସରା ରଥ ଗତ ୨୦୨୧ରେ କୋଭିଡ୍ ସହିତ ସଂଗ୍ରାମ କରି ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe