କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ବରକୁ ସିଲ୍ କଲା ବିଏମସି

Advertisment
କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ବରକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ବରରେ ବହୁସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଥିବା ଜଣାଯାଇଛି। ଏହି ଶିକ୍ଷାନୁଷ୍ଠାନ ଭିତରକୁ କେବଳ ବିଏମସି କର୍ମଚାରୀମାନଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ  ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକମାନଙ୍କୁ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଲାଗି ବାରଣ କରାଯାଇଛି। ଏହାଛଡ଼ା ଶିକ୍ଷାନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନ୍‌ରେ ରହିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମସି ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କଟକର ଅରୁଣୋଦୟ ନଗରସ୍ଥିତ ଗୋଟିଏ ଘରୋଇ ସାଇନ୍ସ କଲେଜରେ ଦୁଇଦିନରେ ୨୫ ଜଣ ଆକ୍ରାନ୍ତ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଥିଲା। ପ୍ରଥମେ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଫଳରେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଦିନ ପାଇଁ କଲେଜ ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe