ପିଇଟି ସଂପର୍କିତ ଶିକ୍ଷାଗତ ଯୋଗ୍ୟତା ମାମଲା: ପରୀକ୍ଷା ଦେବାକୁ ଆବେଦନକାରୀଙ୍କୁ ଅନ୍ତରୀଣ ଅନୁମତି

ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ଓଏସ୍‌ଏସ୍‌ଟିଇଟି ( ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ବର୍ଗରେ ପ୍ରାର୍ଥୀଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ଚାଲେଞ୍ଜ କରି ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ୬ ସପ୍ତାହ ଭିତରେ ମାମଲାରେ ଜବାବ ଦାଖଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପରୀକ୍ଷା ହୋଇ ନଥିବ ତେବେ ଆବେଦନକାରୀ ତାଙ୍କ ଦରଖାସ୍ତ ଫର୍ମ ତିନି ଦିନ ଭିତରେ ଦାଖଲ କରିବେ। ଏହା ଗ୍ରହଣ କରାଯିବା ସହିତ ଆବେଦନକାରୀଙ୍କୁ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ଆବେଦନକାରୀଙ୍କ ଫଳାଫଳ ମୁଦା ଲଫାପାରେ ରଖାଯିବ। ବିଚାରାଧୀନ ମାମଲାର ଚୂଡ଼ାନ୍ତ ଫଳାଫଳ ଉପରେ ଆବେଦନକାରୀଙ୍କ ପ୍ରସଂଗ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋନଲି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏହି ନି‌ର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଓଏସ୍‌ଏସ୍‌ଟିଇଟି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ପିଇଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଯୋଗ୍ୟତାକୁ ନେଇ ବିବାଦ ଦେଖା ଦେଇଥିଲା। ପ୍ରାର୍ଥୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ସହିତ ସିପିଏଡ୍/ବିପିଏଡ୍/ଏମପିଏଡ୍ ଡିଗ୍ରି ରହିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏପରି ସର୍ତ୍ତକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆର୍‌ଆର୍‌ ଛୋଟରାୟ ଓ ରାକେଶ କୁମାର ମଲ୍ଲିକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe