ଶିକ୍ଷାବିତ୍‌ ଓ କମ୍ପ୍ୟୁଟର ବିଜ୍ଞାନ ବିଶାରଦ ବିରଞ୍ଚି ରାୟଙ୍କ ପରଲୋକ

Advertisment
ଶିକ୍ଷାବିତ୍‌ ଓ କମ୍ପ୍ୟୁଟର ବିଜ୍ଞାନ ବିଶାରଦ ବିରଞ୍ଚି ରାୟଙ୍କ ପରଲୋକ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ବିରଞ୍ଚି ନାରାୟଣ ଭ୍ରମର ରାୟଙ୍କର ଆଜି ଅପରାହ୍ନରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ତିରୋଧାନରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳସଚିବ ଡ. ଅଭୟ ନାୟକ, ପୂର୍ବତନ କୁଳପତି ଗୋକୁଳାନନ୍ଦ ଦାସ, ପ୍ରଫେସର ବୀରେନ୍ଦ୍ର ନାୟକ, ଡ. ପ୍ରଫୁଲ୍ଲ ବେହେରା, ଡ. ମୃତ୍ୟୁଞ୍ଜୟ ପଣ୍ଡା, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଆଇଟି ଖଡଗପୁର ଓ ଆଇଆଇଟି ଚେନ୍ନାଇରୁ ଉଚ୍ଚଶିକ୍ଷା ଲାଭ କରିଥିବା ଡ. ରାୟ ଜଣେ ଦକ୍ଷ, କର୍ମନିଷ୍ଠ, ଛାତ୍ରଛାତ୍ରୀ ବତ୍ସଳ ଅଧ୍ୟାପକ ଭାବେ ସବୁ ମହଲରେ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe