Advertisment

ବରିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ପ୍ରବଚକ ସରୋଜ ମହାନ୍ତିଙ୍କ ପରଲୋକ

Advertisment
ବରିଷ୍ଠ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ପ୍ରବଚକ ସରୋଜ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ଶିକ୍ଷାବିତ, ଆଧ୍ୟାତ୍ମିକ କର୍ମୀ ତଥା ସୁବକ୍ତା ପ୍ରଫେସର ସରୋଜ କୁମାର ମହାନ୍ତିଙ୍କର ପରଲୋକ ହୋଇଯାଇଛି। ସୋମବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀମହାନ୍ତି ‘ସତସଙ୍ଗ’ର ଜଣେ ସହ-ପ୍ରତି-ଋତ୍ବିକ ହେବା ସହ ଆଧ୍ୟାତ୍ମିକ ପ୍ରବଚକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ।

୧୯୪୨ ମସିହାରେ ଯାଜପୁର ଜିଲ୍ଲାର କଳାଶ୍ରୀ ଗ୍ରାମରେ ଜନ୍ମିତ ଶ୍ରୀମହାନ୍ତି ୧୯୬୬ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହେବା ପରେ ଅଧ୍ୟାପନା ବୃତ୍ତିରେ ଯୋଗଦାନ କରିଥିଲେ। ୨୦୦୨ ମସିହାରେ ସେ କେନ୍ଦ୍ରାପଡ଼ା କଲେଜରେ ସିନିଅର ରିଡର ଭାବେ କାର୍ଯ୍ୟରତ ଥିବା ସମୟରେ ଅବସର ଗ୍ରହଣ କରିଥିଲେ। ୧୯୬୩ ମସିହାରେ ସତଦୀକ୍ଷା ଗ୍ରହଣ କରିବା ପରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଦର୍ଶନ ଲାଭର ସୁଯୋଗ ପାଇଥି‌ଲେ। ଏହାପରେ ସତସଙ୍ଗର ତତ୍କାଳୀନ ପ୍ରଧାନଆଚାର୍ଯ୍ୟଦେବ ଶ୍ରୀଶ୍ରୀବଡ଼ଦାଙ୍କ ଆଶୀର୍ବାଦ କ୍ରମେ ସମଗ୍ର ରାଜ୍ୟରେ ଓ ରାଜ୍ୟ ବାହାରେ ଶ୍ରୀଶ୍ରୀଠାକୁରଙ୍କ ଭାବାଦର୍ଶ ଓ ବାଣୀର ପ୍ରଚାରରେ ନିଜକୁ ବ୍ରତୀ କରିଥିଲେ। ଜଣେ ସୁବକ୍ତା ଓ ବାଗ୍ମୀଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ ସେ। ଏଥିସହ ସେ ବହୁ ଭକ୍ତିଗୀତ ଓ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି। ତାଙ୍କ ଲିଖିତ ଶ୍ରୀଶ୍ରୀଠାକୁରଙ୍କ ଜୀବନୀଗ୍ରନ୍ଥ ‘ପରମ ଉଦ୍ଧାତା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର’ ପାଠକମହଲରେ ବହୁଳ ଭାବେ ଆଦୃତ ହୋଇଛି।

ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଦାହସଂସ୍କାର କରାଯାଇଛି।ତାଙ୍କର ବିଧବା ପତ୍ନୀ, ଦୁଇ ପୁଅ ଏବଂ ଝିଅ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe