ପ୍ରଭାବ ଶୂନ୍ୟ ‘ଓଡ଼ିଶା ବନ୍ଦ’: ଗଡ଼ିଲା ଯାନବାହନ, ଖୋଲିଲା ଦୋକାନବଜାର

Advertisment

ନବୀନ ନିବାସ ଘେରାଉ ପୂର୍ବରୁ ଉଠାଇନେଲା ପୁଲିସ କାଁ ଭାଁ ଉତ୍ତେଜନା

ନବୀନ ନିବାସ ଘେରାଉ ପୂର୍ବରୁ ଉଠାଇନେଲା ପୁଲିସ କାଁ ଭାଁ ଉତ୍ତେଜନା

ପ୍ରଭାବ ଶୂନ୍ୟ ‘ଓଡ଼ିଶା ବନ୍ଦ’: ଗଡ଼ିଲା ଯାନବାହନ, ଖୋଲିଲା ଦୋକାନବଜାର

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ସେତେଟା ପ୍ରଭାବ ଦେଖିବାକୁ ମିଳିନଥିଲା। ଅଧିକାଂଶ ସ୍ଥାନରେ ବସ୍‌ ଚଳାଚଳ ସହ ସ୍ବାଭାବିକ ଭାବେ ଯାନବାହନ ଗଡ଼ିଥିଲା। ସବୁଠି ଦୋକାନବଜାର ବି ଖୋଲା ରହିଥିଲା। ଏହାଛଡ଼ା ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିଥିଲା। ଅନ୍ୟପଟେ ବନ୍ଦ ପାଳନ ବେଳେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ନଉପୁଜେ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବଡ଼ବଡ଼ ଛକ, ବଜାର, ମୁଖ୍ୟରାସ୍ତା, ଟ୍ରାଫିକ୍‌‌ରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ହେଲେ କେତେକ ସ୍ଥାନରେ ଦୋକାନବଜାର ବନ୍ଦ, ରାସ୍ତାରୋକକୁ ନେଇ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ଯୋଗୁଁ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ୧୨ଘଣ୍ଟିଆ ଏହି ବନ୍ଦ ଡାକରାକୁ କଂଗ୍ରେସ, ସମୃଦ୍ଧ ଓଡ଼ିଶା ଯୁବ ବାହିନୀ ସମତେ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇ ଥିବାରୁ ରାଜଧାନୀରେ ବନ୍ଦ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ରାଜଧାନୀରେ ମଧ୍ୟ ସେଭଳି କିଛି ଘଟିନଥିଲା। ଆନ୍ଦୋଳକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ରୁଚିକାଙ୍କ ମା’ ୫ଟି ସଚିବଙ୍କ ଘର ଘେରାଉ ପାଇଁ ଯୋଜନା କରିଥିଲେ। ଅଧାବାଟରୁ ପୁଲିସ ସେମାନଙ୍କୁ ଉଠାଇନେଇଥିଲା। ସେହିପରି ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଥିଲା।

ଅନ୍ୟପଟେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀ କହିଛନ୍ତି, ଗୋଟିଏ ଝିଅର ନ୍ୟାୟ ପାଇଁ, ସମ୍ମାନ ପାଇଁ ଆମେ ଲଢ଼େଇ କରୁଛୁ। ପୁଲିସ ଦୋଷୀକୁ ଧରିନପାରି ନିଜ ଦୋଷକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଆମକୁ ଦମନ କରିଛି। ଆମେ ଅହିଂସା ଉପାୟ ଆପଣାଇଛୁ। ହେଲେ ପୁଲିସର ଏ ଗୁଣ୍ଡାରାଜକୁ ବରଦାସ୍ତ କରିବୁ ନାହିଁ। ଆମେ ଗୁଳି ଖାଇବୁ ପଛେ ପଛକୁ ହଟିବୁ ନାହିଁ। ପୁଲିସ ଆମକୁ ଉଠାଇ ନେଲେ ବି ଆମ ସ୍ୱରକୁ ଚାପି ପାରିବନାହିଁ। ଆଗାମୀ ଦିନରେ ନବୀନ ନିବାସରେ ତାଲା ପଡ଼ିବ। ଶିକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ, ଶିକ୍ଷା ସଚିବ ଯୁଆଡ଼େ ଯିବେ ବିରୋଧ କରାଯିବ ବୋଲି ଅଲ୍ଲୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe