ରାଜ୍ୟରେ ତୃତୀୟ ଲହର ପ୍ରଭାବ କମ୍ ରହିବ!

Advertisment

୪୪୪ ପଜିଟିଭ୍, ୫ ମୃତ

୪୪୪ ପଜିଟିଭ୍, ୫ ମୃତ

ସମ୍ବଲପୁରରେ ପୁଣି ଉପରମୁହାଁ କରୋନା ଗ୍ରାଫ୍‌

ejot.com

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରାଜ୍ୟରେ ଏତେଟା ଦେଖିବାକୁ ନ ମିଳିପାରେ। ରାଜ୍ୟରେ ସେରୋସର୍ଭେର ଫଳାଫଳ ବେଶ୍ ଭଲ ରହିଛି। ସବୁ ବର୍ଗର ଲୋକଙ୍କଠାରେ ଆଣ୍ଟିବଡି ଭଲ ରହିଛି। ଏହାସହ ଟିକାକରଣ ବଢ଼ୁଛି। ବର୍ତ୍ତମାନ ସଂକ୍ରମଣର ଯେଉଁ ଧାରା ରହିଛି, ତାହା ସେତେ ଅଧିକ ନୁହେଁ। ତେଣୁ ରାଜ୍ୟରେ ତୃତୀୟ ଲହରର ବିଶେଷ ପ୍ରଭାବ ପଡ଼ି ନ ପାରେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର।

ଡା. ମହାପାତ୍ର କହିଛନ୍ତି, ସହରାଞ୍ଚଳ ବାଦ୍ ଗ୍ରାମାଞ୍ଚଳରେ ମଧ୍ୟ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଛି। ତେବେ ପାର୍ବଣ ଋତୁରେ ଲୋକମାନେ ଖାମଖିଆଲ ହେବା ଉଚିତ ନୁହେଁ। ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ। ଏବେ ସୁଦ୍ଧା ତୃତୀୟ ଲହରର ସେଭଳି ପ୍ରଭାବ ଦେଖିବାକୁ ମିଳି ନାହିଁ ବୋଲି ସେ କହିଛନ୍ତି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୪୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ୧୭୦, କଟକ ୭୩, ମୟୂରଭଞ୍ଜ ୩୭, ଯାଜପୁର ୨୨, ବାଲେଶ୍ବର ୧୬, ଜଗତସିଂହପୁର ୧୩ ଓ ଷ୍ଟେଟ୍‌ ପୁଲରୁ ୩୭ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୪ହଜାର ୭୬୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ନବରଙ୍ଗପୁର ୨ ଓ ସୁନ୍ଦରଗଡ଼ରୁ ୩ଜଣ ରହିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୧୮୦କୁ ବୃଦ୍ଧି ପାଇଛି। ଆଉ ୬୫୩ କୋଭିଡ୍‌ ଆକ୍ରାନ୍ତ ରାଜ୍ୟରେ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୦୪୯କୁ ଖସି ଆସିଛି। ଅପରପକ୍ଷେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧୧ହଜାର ୪୮୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe