ଜୟଦେବରେ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ

ଜୟଦେବରେ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ

ବାଲିପାଟଣା: ଭୁବନେଶ୍ୱର ସାଂସଦୀୟ କ୍ଷେତ୍ର ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଅରବିନ୍ଦ ଢାଲିଙ୍କୁ ଟିକେଟ ମିଳିବା ପରେ ତାଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ହେଲେ ଦଳୀୟ ବହୁ ଆଶାୟୀ ପାର୍ଥୀ ଓ ସେମାନଙ୍କ ଶହ ଶହ ସମର୍ଥକ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି। ବିଜେପି ଦଳର ଅନ୍ୟତମ ଟିକେଟ ଆଶାୟୀ ସମାଜସେବୀ ସତ୍ୟପ୍ରିୟ ବେହେରାଙ୍କ ସମର୍ଥକ ସନ୍ଧ୍ୟାରେ ବାଲିପାଟଣା ଛକକୁ ଶୋଭାଯାତ୍ରାରେ ଯାଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଧାୟକ ଅରବିନ୍ଦ ଢାଲିଙ୍କ କୁଶ ପୁତ୍ତଳିକା ଦାହ କରି ବିଭିନ୍ନ ନାରା ବାଜି ଦେଇଥିଲେ।

୨ ଥର ବିଧାୟକ ଶ୍ରୀ ଢାଲି ବିଗତ ଦିନରେ ଜୟଦେବରେ ଉନ୍ନତି ମୂଳକ କାର୍ଯ୍ୟ କରି ନାହାନ୍ତି ଏବଂ ପିସି ନେଇ ବିଧାୟକ ପାଣ୍ଠି ବିକ୍ରି କରୁଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ତେଣୁ ବିଜେପି ଦଳ ଉଚିତ ବିଚାର କରି ପାର୍ଥୀ ଚୟନ କରିନାହିଁ ବୋଲି ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଢାଲିଙ୍କୁ ଜୟଦେବ ରେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସେହିପରି ପୂର୍ବତନ ବିଧାୟକ ପାର୍ଥୀ ବସନ୍ତ ନାୟକ ଜୟଦେବରେ ବିଜେପି ବଞ୍ଚାଅ, ବିଦେଶୀ ହଟାଅ ନାରା ଦେଇଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ବୈଠକ କରି ବୁଥ ସ୍ତରରୁ ବିଧାୟକ ଢାଲିଙ୍କୁ ବିରୋଧ କରାଯିବ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି। ବହୁ ବିଜେପି ସମର୍ଥକ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ଟିକେଟ ବଣ୍ଟା ପରେ ବିଭିନ୍ନ ହ୍ୱାଟ୍ସପ ଗ୍ରୁପ ଓ ସୋସିଆଲ ମିଡିଆରେ ଢ଼ାଲିଙ୍କ ବିରୋଧରେ ଚର୍ଚ୍ଚା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ପାର୍ଥୀ ଅପରାଜିତା ଷଢଙ୍ଗୀଙ୍କୁ ଦଳ ତରଫରୁ ସମ୍ପୂର୍ଣ ସହଯୋଗ କରିବା ସହ ବିଧାୟକଙ୍କୁ ବିରୋଧ କରା ଯିବ ବୋଲି ଦଳୀୟ ସମର୍ଥକଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe