କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର: ଚଳିତ ମାସ ୨୦ ତାରିଖ ଦିନ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର କୁଡୁମୀ ସମ୍ପ୍ରଦାୟ କୁଡୁମୀମାନଙ୍କୁ ପୁନଃ ଆଦିବାସୀ ତାଲିକାରେ ସାମିଲ ପାଇଁ ବିଭିନ୍ନ ଷ୍ଟେସନରେ ରେଳରୋକ କରିଥିଲେ। ତେବେ ଉକ୍ତ କୁଡୁମୀ ଜନଜାତିର ଅକ୍କୋଳନର ନେତୃତ୍ୱ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି କୁଡୁମୀ ଜନଜାତି ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ ବିଶ୍ବେଶ୍ୱର ଟୁଡୁଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧ କରିଛନ୍ତି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କୁଡୁମୀ ସମାଜ ଆନ୍ଦୋଳନର ନେତୃତ୍ୱ ନେଉଥିବା କର୍ମକର୍ତ୍ତାମାନେ ଲୋକଙ୍କୁ ଭକୁଆ ବନେଇବାରେ ଲାଗିଛନ୍ତି।

ଆନ୍ଦୋଳନ ନାମରେ ଲୋକଙ୍କୁ ଗାଁରୁ ଦିଲ୍ଲୀ ଯାଏଁ ବୋହି ନେଇ ସେମାନଙ୍କୁ ଭକୁଆ ବନାଉଥିବା ନେଇ ଏକ ବିବାଦୀୟ ମନ୍ତବ୍ୟ ଏକ ନିଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ, ଯାହାକୁ ନେଇ ଗତକାଲିଠାରୁ ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରି ବିରୋଧ ପ୍ରଦର୍ଶନ କରାଯାଉଛି।

publive-image

ଏନେଇ ଆଜି ଶତାଧିକ କୁଡୁମୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହରି ରାଇରଙ୍ଗପୁର ଦୂର୍ଗାମଣ୍ଡପ ନିକଟରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ କେନ୍ଦ୍ରମନ୍ତ୍ରୀ ଇଂ ଟୁଡୁଙ୍କ କୁଶପୁତ୍ତଳିକାରେ ଜୋତାମାଳ ପିନ୍ଧାଇ ମାଡ ମାରି ଦାହ କରିବା ସହିତ ଇସ୍ତଫା ଦାବି କରିଛନ୍ତି । ବିକ୍ଷୋଭ ସମୟରେ ଓଡିଶା କୁଡୁମୀ ସେନା ସଭାପତି ଦିବୂସିଂ ମହାନ୍ତ, ଆଦିବାସୀ କୁଡୁମୀ ସମାଜ ସଭାପତି ନିର୍ମଳ ମହାନ୍ତ, ଦେଶ କରମ ବାମନଘାଟୀ ଉପସଭାପତି ମନମୋହନ ମହାନ୍ତ, ସହ ସମ୍ପାଦକ ଆଶିଷ ମହାନ୍ତ, ଯୁଗ୍ମ କୋଷାଧ୍ୟକ୍ଷ ରାଜୁ ମହାନ୍ତ, ଓଡ଼ିଶା କୁଡୁମୀ ସେନାର ଉପଦେଷ୍ଟା ଲଲି ମହାନ୍ତ, ସନ୍ତୋଷ ମହାନ୍ତ, ଲାଲ ମହୋନ ମହାନ୍ତ, ବିକାଶ ମହାନ୍ତ, ବାବୁରାମ ମହାନ୍ତ, ଭାଗବତ ମହାନ୍ତ, ସଞୟ ମହାନ୍ତ, ପୂର୍ଣ ମହାନ୍ତ, ଉପେନ୍ଦ୍ର ମହାନ୍ତ, ପ୍ରତିଭା ମହାନ୍ତ, ପୂର୍ଣିମା ମହାନ୍ତ, ଅଞ୍ଜନା ମହାନ୍ତ, ସବିତା ମହାନ୍ତଙ୍କ ସମେତ କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe