ସମ୍ବଲପୁର ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ

ସମ୍ବଲପୁର ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ

ସମ୍ବଲପୁର : ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ସମସ୍ତ ବୁଦ୍ଧିଜୀବୀମାନେ ସହରରେ ଶାନ୍ତି ଫେରାଇ ଆଣିବା ଦିଗରେ ମତାମତ ରଖିଥିଲେ। ବୈଠକରେ ହନୁମାନ ଜୟନ୍ତୀ ସମନ୍ବୟ ସମିତିର କୌଣସି ସଭ୍ୟ ଉପସ୍ଥିତ ନଥିଲେ। ତେବେ ଆମେ ସମସ୍ତଙ୍କୁ ଡାକିଥିଲୁ ବୋଲି ଶ୍ରୀ ଦଳେଇ କହିଥିଲେ।

publive-image

ତାଙ୍କ କହିବା ଅନୁଯାୟୀ, ଏ ଅଞ୍ଚଳର ବରିଷ୍ଠ ଓ ବୁଦ୍ଧିଜୀବୀଙ୍କ ମତାମତ ଆମକୁ ସହରରେ ଶାନ୍ତି ଫେରାଇବାରେ ସହାୟକ ହେବ। ଶାନ୍ତିଶୃଙ୍ଖଳା ଫେରାଇ ଆଣିବାର ଗୁରୁଦାୟିତ୍ବ ମଧ୍ୟ ନେବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଲୋକଙ୍କ ମନରୁ ଭୟ ଦୂର କରିବା ସହ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବୁ ସେଥିପାଇଁ ବୈଠକ ଡକା ଯାଇଥିଲା। ଏହି ଅବସରରେ ଉତ୍ତରାଞ୍ଚଳ ରେଞ୍ଜ୍‌ ଆଇଜି ଦୀପକ କୁମାର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଙ୍ଗାଧର ଉପସ୍ଥିତ ଥିଲେ।

ଶାନ୍ତିଶୃଙ୍ଖଳା ଭଙ୍ଗ ଆଶଙ୍କାରେ ବିଜେପି ପ୍ରତିନିଧି ଦଳକୁ ରୋକାଗଲା
ବିଜେପିର ଏକ ପ୍ରତିନିଧି ଦଳକୁ ମଙ୍ଗଳବାର ସମ୍ବଲପୁରକୁ ଆସିବା ପାଇଁ ଦିଆଯାଇ ନଥିଲା। ଝାରସୁଗୁଡ଼ାରୁ ଆସୁଥିବା ବେଳେ ସେମାନଙ୍କୁ ଠେଲକୋଲୋଇ ଥାନାରେ ଅଟକ ରଖାଯାଇଥିଲା। ଶେଷରେ ସେମାନେ ଝାରସୁଗୁଡ଼ା ଫେରି ଯାଇଥିଲେ। ତେବେ ବିଜେପି ପ୍ରତିନିଧି ଦଳ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି କହିଥିବା ଆର୍‌ଡିସି କହିଥିଲେ। କିନ୍ତୁ ସେମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଥିଲା। ଶାନ୍ତିଶୃଙ୍ଖଳା ଭଙ୍ଗ ହେବାର ଆଶଙ୍କା କରି ସେମାନଙ୍କୁ ରୋକା ଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe