ସଭାମଞ୍ଚରେ ବିଜେଡି ନେତାଙ୍କୁ ଅଣ୍ଡାମାଡ଼

Advertisment
ସଭାମଞ୍ଚରେ ବିଜେଡି ନେତାଙ୍କୁ ଅଣ୍ଡାମାଡ଼

ଚମ୍ପୁଆ : ବିଜେଡି ନେତାଙ୍କୁ ଅତିଥି କରିବାକୁ ନେଇ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଆଜି ଅଣ୍ଡାମାଡ ହୋଇଛି। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଅଣ୍ଡାମାଡ କରିଥିବା ଜଣେ ଛାତ୍ରଙ୍କୁ ଅଟକ ରଖିଛି। କଲେଜର ବାର୍ଷିକ ଉତ୍ସବରେ ଶାସକ ଦଳର ନେତାଙ୍କୁ ଅତିଥି କରାଯାଇଥିବାରୁ ଏବିଭିପି ଏହାର ବିରୋଧ କରିଥିଲା। ଶିକ୍ଷାନୁଷ୍ଠାନରେ ଶାସକ ବିଜେଡି ନେତାଙ୍କ ପ୍ରବେଶକୁ ବିରୋଧ କରାଯାଇ ଏହାକୁ ବନ୍ଦ କରିବା ନିମନ୍ତେ ଗତକାଲି ଏବିଭିପି କର୍ମକର୍ତ୍ତାମାନେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଏହା ସତ୍ତ୍ୱେ ଆଜି ବାର୍ଷିକ ଉତ୍ସବରେ ଶାସକ ଦଳ ନେତାମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏହାକୁ ବିରୋଧ କରି ସଭା ଚାଲିଥିବା ବେଳେ ଅପରାହ୍ନ ଗୋଟାଏ ବେଳେ ଭିଡ଼ ଭିତରୁ ଜଣେ ଛାତ୍ର ସଭାମଞ୍ଚକୁ ଅଣ୍ଡାମାଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe