ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଘଟଣା : ରାଜଶ୍ରୀ ସୁସ୍ଥ, ହୋଇପାରନ୍ତି ଡିସ୍‌ଚାର୍ଜ

ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଘଟଣା : ରାଜଶ୍ରୀ ସୁସ୍ଥ, ହୋଇପାରନ୍ତି ଡିସ୍‌ଚାର୍ଜ

କଟକ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ସଂପୃକ୍ତ ମହିଳା ରାଜଶ୍ରୀ କାମିଳା ସୁସ୍ଥ ଅଛନ୍ତି। ତାଙ୍କର ସମସ୍ତ ପରୀକ୍ଷା ରିପୋର୍ଟ ସ୍ୱାଭାବିକ୍‌ ଆସିଛି। ତଥାପି ଆଉ ପ୍ରାୟ ୧୦ଟି ରିପୋର୍ଟ ଆସିବାକୁ ବାକି ଅଛି। ଯଦି କୌଣସି ରିପୋର୍ଟରେ କିଛି ସମସ୍ୟା ଦେଖାଯାଏ, ତାହେଲେ ତାଙ୍କର ଚିକିତ୍ସା କରାଯିବ। ନଚେତ୍‌ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ସୂଚନା ଦେଇଛନ୍ତି। ତେବେ ଗତକାଲି ରାଜଶ୍ରୀଙ୍କୁ କଡା ସୁରକ୍ଷା ମଧ୍ୟରେ ସେଣ୍ଟ୍ରାଲ୍‌ ଆଇସିୟୁରୁ ସର୍ଜରୀ ୪ ନମ୍ବର କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଥିଲା। ବିଭିନ୍ନ ବିଭାଗର ୮ ଜଣ ପ୍ରଫେସରଙ୍କୁ ନେଇ ଗଠିତ ଟିମ୍‌ ନିୟମିତ ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ସୂଚନା ଦିଆଯାଇଛି।

ଅନ୍ୟପଟେ କଟକ ନଗର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସ୍‌ସିବି ମେଡିକାଲ୍‌ ଗ୍ରସ୍ତ କରି ରାଜଶ୍ରୀ କାମିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ସୁସ୍ଥ ବାତାବରଣ ଭିତରେ ରଖିବା ଓ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରତାପ କୁମାର ମିଶ୍ରଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe