ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼; ଜଣେ ଅଟକ, ବିଜେପି ମହଲରେ ତୀବ୍ର ଅସନ୍ତୋଷ

Advertisment
ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼; ଜଣେ ଅଟକ, ବିଜେପି ମହଲରେ ତୀବ୍ର ଅସନ୍ତୋଷ

ରାଉରକେଲା: ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ସାଂସଦ ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଶକ୍ତିନଗରସ୍ଥ ଶକ୍ତି କ୍ଳବଠାରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ ଥିଲା। ରାତି ପ୍ରାୟ ୮ଟା ୪୫ ମିନିଟ୍‌। ବୈଠକରେ ଯୋଗଦେବାକୁ ଶ୍ରୀ ଓରାମ ଶକ୍ତି କ୍ଲବ ନିକଟରେ ପହଞ୍ଚିଥିଲେ। ସଭାସ୍ଥଳଠାରୁ ମାତ୍ର ୫୦ ମିଟର ଦୂରରେ ଥିବାବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ଏହାଦେଖି ବିଜେପି ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଏତିକିବେଳେ ଦୌଡ଼ି ପଲାଉଥିବା ଜଣେ ଅଭିଯୁକ୍ତକୁ କାବୁ କରିନେଇଥିଲେ। ସାଂସଦଙ୍କ ପ୍ରତି ଏଭଳି ଘୃଣ୍ୟ କାମ କରିଥିବା ନେଇ ଘଟଣାସ୍ଥଳରେ ଦୀର୍ଘ ସମୟଧରି ଅସନ୍ତୋଷ ଦେଖାଦେଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବହୁସଂଖ୍ୟକ ବିଜେପି କର୍ମୀ ସେକ୍ଟର-୩ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାସହ ସେକ୍ଟର-୩ ଥାନାରେ ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe