ପଞ୍ଚାୟତ ନିର୍ବାଚନ: ପ୍ରଚାର ପାଇଁ ଯାଉଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ, ଗାଡ଼ିକୁ ଅଣ୍ଡାମାଡ଼ କଲେ ଲୋକେ

Advertisment
ପଞ୍ଚାୟତ ନିର୍ବାଚନ: ପ୍ରଚାର ପାଇଁ ଯାଉଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ, ଗାଡ଼ିକୁ ଅଣ୍ଡାମାଡ଼ କଲେ ଲୋକେ

ବଲାଙ୍ଗୀର: ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରକୁ ଆଜି ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗୀର ଗସ୍ତରେ ଆସି ପ୍ରଚାର କାର୍ଯ୍ୟକ୍ରମରେ ଯାଉଥିବା ସମୟରେ ସଇନ୍ତଳା ବ୍ଲକ୍‌ରେ ତାଙ୍କ ଗାଡ଼ିକୁ ଅଚାନକ ଅଣ୍ଡାମାଡ଼ ହୋଇଥିଲା। ଗାଡ଼ିରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମେତ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ ଥିଲେ ବୋଲି ବି ଚର୍ଚ୍ଚା ହେଉଛି। ହେଲେ ପୁଲିସ ଅଣ୍ଡାମାଡ଼ ଘଟଣାକୁ ନେଇ କିଛି କହିବାକୁ ମନା କରିଛି।

ମିଳିଥିବା ସୂଚନା ତଥା ଭାଇରାଲ ଭିଡିଓରୁ ଜଣାପଡ଼ିଛି ଯେ ଆଜି ମନ୍ତ୍ରୀ ଶ୍ରୀ ସିଂହ ଓ ମନ୍ତ୍ରୀ ଟୁକୁନୀ ସାହୁ ସଇନ୍ତଳା ବ୍ଲକ କରମତଲା ପଂଚାୟତର ତୁଷ୍ଟାପାଲି ଗାଁକୁ ଯାଉଥିଲେ। ଜୋନ୍‌ ନଂ ୩୦ ଅଧୀନରେ ଥିବା ଏହି ଗାଁରେ ବିଜେଡି ଏକ ସଭାର ଆୟୋଜନ କରିଥିଲା। ସଭାକୁ ଯିବା ସମୟରେ ମନ୍ତ୍ରୀଙ୍କ ଗାଡ଼ିକୁ କରମତଲାଠାରେ ଅଣ୍ଡାମାଡ଼ ହୋଇଥିଲା। ଏହି ଅଣ୍ଡାମାଡ଼ ଘଟଣା ପଛରେ ବିରୋଧୀ ଦଳର ପ୍ରାର୍ଥୀଙ୍କ ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe