ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଅଟକ

ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଅଟକ

ବାରଙ୍ଗ: ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ବୁଧବାର ସନ୍ଧ୍ୟାରେ ଅଣ୍ଡାମାନ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ବିଧାୟକ ତ୍ରିପାଠୀ କଟକ ଜିଲ୍ଲାର ତ୍ରିଶୁଳିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ପରୀ’ରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିଲା। ଏହି ଘଟଣାରେ ବାରଙ୍ଗ ପୁଲିସ କଂଗ୍ରେସ କର୍ମୀ କୁହାଯାଉଥିବା ରାଜା ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନୂଆ ଠାକୁରପାଳ ଗ୍ରାମକୁ ଢେଙ୍କାନାଳ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଜନ ଜାଗରଣ ଯାତ୍ରାରୁ ଫେରୁଥିବା ବେଳେ ଗ୍ରାମଠାରୁ ୧୦୦ ମିଟର ପଛକୁ ଜଣେ ଦୁର୍ବୃତ୍ତ ମୁଖାପିନ୍ଧି ୨ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଥିଲା। ନବୀନ ନନ୍ଦଙ୍କୁ ଲକ୍ଷ୍ୟ କରି ଏହି ବୋମାମାଡ଼ ହୋଇଥିଲେ ମଧ୍ୟ ତାଙ୍କର କିଛି ହୋଇ ନଥିଲା। ଗାଡ଼ିର ପଛପଟରୁ ଏହି ଆକ୍ରମଣ ହୋଇଥିଲା। ଫଳରେ ଗାଡ଼ିର ପଛପଟ କାଚ ଭାଙ୍ଗି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe