ଧର୍ମଶାଳା: ଗୁରୁବାର ସକାଳେ ବାଟିଜଙ୍ଗା ରେଳଧାରଣା ପାଖରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।
ମୃତ ଯୁବକ ହେଉଛନ୍ତି ଜାରକା ଗ୍ରାମପଞ୍ଚାୟତ ଅଞ୍ଚଳର ଜାଲସୁଖା ଗ୍ରାମ ଅନ୍ତର୍ଗତ ଟିକରସାହିର ଗୁନା ବେହେରାଙ୍କ ୨୨ ବର୍ଷିୟ ପୁଅ ଚନ୍ଦନ।
ଗତ ରାତିରେ ଆରୁହା ହାଟରେ ଅଣ୍ଡା କିଣି ଖାଇବା ପରେ ଅଧିକ ମୂଲ୍ୟକୁ ଭିତ୍ତି କରି ଦୋକାନୀ, ଚନ୍ଦନ ଓ ତାଙ୍କ ସହ ଥିବା ଗାଁ ପିଲା ମାନସ ଦେହରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ପରେ ଅନ୍ୟ ଦୋକାନୀମାନେ ମିଶି ଚନ୍ଦନ ଓ ମାନସଙ୍କୁ ମାରଧର କରିଥିଲେ। ଚନ୍ଦନଙ୍କୁ ଧରି ନେଇ ପୋଖରୀରେ ବୁଡ଼ାଇବା ପରେ ବାଟିଜଙ୍ଗା ରେଳଧାରଣା ନିକଟରେ ଫୋପାଡ଼ି ଦେଇଥିଲେ।
ଆଜି ସକାଳୁ ତାଙ୍କ ପରିବାର ଲୋକେ ଚନ୍ଦନଙ୍କ ଶବ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ଆଣିଛନ୍ତି।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us