କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣଙ୍କୁ ଅଣ୍ତାମାଡ଼

Advertisment

ନିଜ ନିର୍ବାଚନମଣ୍ଡଳୀରେ ବିରୋଧ, ୩ଟି ସ୍ଥାନରେ ଅଣ୍ତାମାଡ଼ କଲେ ଅସନ୍ତୁଷ୍ଟ କର୍ମୀ

ନିଜ ନିର୍ବାଚନମଣ୍ଡଳୀରେ ବିରୋଧ, ୩ଟି ସ୍ଥାନରେ ଅଣ୍ତାମାଡ଼ କଲେ ଅସନ୍ତୁଷ୍ଟ କର୍ମୀ

କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣଙ୍କୁ ଅଣ୍ତାମାଡ଼

କେନ୍ଦ୍ରାପଡ଼ା : ନିଜ ନିର୍ବାଚନମଣ୍ଡଳୀରେ ଅସନ୍ତୁଷ୍ଟ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଗୁରୁବାର ଦିନ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ୩ଟି ସ୍ଥାନରେ ଅଣ୍ତାମାଡ଼ କରାଯାଇଛି। ସେମାନଙ୍କୁ ଉପେକ୍ଷା କରାଯାଉଥିବା ଏବଂ ଅଞ୍ଚଳର ବିକାଶକୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ଏଭଳି କାଣ୍ଡ ଘଟାଯାଇଥିବା ଆଲୋଚନା ହେଉଛି। ରାଜନୈତିକ ମହଲରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ବିଧାୟକ ଶ୍ରୀ ବେହେରା ପ୍ରଥମେ ବଗଡ଼ା ପଞ୍ଚାୟତରେ ମିସନ ଶକ୍ତି ଗୃହକୁ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଅଣ୍ତାମାଡ଼ ହୋଇଥିଲା। ଅଣ୍ତା ତାଙ୍କ ଦେହରେ ନ ବାଜି କାର‌୍‌ କାଚରେ ବାଜିଥିଲା। ଅଣ୍ତାମାଡ଼ କରିଥିବା ବିଜେଡିର ଆଗଧାଡ଼ିର କର୍ମୀ କୁହାଯାଉଥିବା ରାଜେନ୍ଦ୍ର ପ୍ରଧାନଙ୍କୁ ସଦର ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ସେହିପରି, ଇନ୍ଦୁପୁରସ୍ଥିତ ବିରୂପା କଲେଜର ବାର୍ଷିକ ଉତ୍ସବକୁ ବିଧାୟକ ଯାଇଥିବା ବେଳେ ସେଠାରେ ତାଙ୍କୁ ଅଣ୍ତାମାଡ଼ ହୋଇଥିଲା। ମଞ୍ଚ ଉପରେ ବିଧାୟକ ବସିଥିବା ବେଳେ ତାଙ୍କୁ ଲକ୍ଷ୍ୟକରି ଧୂମାତ ଗୋବରଗାଡ଼ିଆ ଅଞ୍ଚଳର ଜଣେ ଯୁବକ ଅଣ୍ତାମାଡ଼ କରିଥିଲେ। ତେବେ, ଅଣ୍ତା ବିଧାୟକଙ୍କ ଦେହରେ ନ ବାଜି ତଳେ ପଡ଼ିଥିଲା। ନିକିରାଇ ପୁଲିସ ସ˚ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଏହାପରେ ବିଧାୟକ କଲେଜ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନିକିରାଇ ଛକରେ ବି ପୂର୍ବରୁ ଛକି ରହିଥିବା ଦଳୀୟ କର୍ମୀ ତାଙ୍କ ଗାଡ଼ିକୁ ଅଣ୍ତା ମାଡ଼ କରିଥିଲେ।

ନିକଟରେ ପଦ୍ମପୁର ଉପ ନିର୍ବାଚନରେ ଦଳର ବୃହତ୍‌ ବିଜୟ ପରେ ଗତ ୮ତାରିଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବିଜେଡି ଯେଉଁ ବିଜୟ ଉତ୍ସବ ପାଳନ କରିଥିଲା, ସେଥିରେ ବିଧାୟକ ଓ ପୌରାଧୢକ୍ଷା ମାତ୍ର ପାଞ୍ଚ ଶହ ମିଟର ବ୍ୟବଧାନରେ ଅଲଗା ଉତ୍ସବ ମନାଇଥିଲେ। ଏହାକୁ ମାସେ ନ ପୂରଣୁ ଆଜି ଏଭଳି ଘଟଣା ଘଟିଛି।

ଅନ୍ୟପକ୍ଷରେ, ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ ମହିଳାଙ୍କ କାର୍ଯ୍ୟକ୍ରମ ପାଇଁ ଆସି ଯଦି ଏଭଳି ବିରୋଧର ସାମ୍ନା କରିବାକୁ ପଡ଼ିବ, ତା’ ହେଲେ ଏଥିପାଇଁ ସେ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe