ମନ୍ତ୍ରୀ ରୀତା ସାହୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼

Advertisment
ମନ୍ତ୍ରୀ ରୀତା ସାହୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼

image source-indiatv

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ଗସ୍ତରେ ଥିବା ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଏହି ଘଟଣା ପରେ ଆଗାମୀଦିନରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନକୁ ନେଇ ବାତାବରଣ ଉଷ୍ଣ ହୋଇଯାଇଛି।

publive-image

ମନ୍ତ୍ରୀ ଶ୍ରୀମତୀ ସାହୁ ବୁଧବାର ଦିନପାଇକମାଳ ଯମୁନା କନ୍ଧୁଣୀ ହାଇସ୍କୁଲର ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସାରି ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲକୁ ଆସୁଥିଲେ। ବାଟରେ ତହସିଲ ଛକଠାରେ ବିଜେପି କର୍ମୀମାନେ କଳା ପତାକା ଦେଖାଇବା ସହ ତାଙ୍କ ଗାଡ଼ି ଉପରକୁ ଅଣ୍ତା ମାଡ଼ କରିଥିଲେ। ଏନେଇ ପୁଲିସ୍‌ ବିଜେପିର ସୁଶାନ୍ତ ନାଗ, କୈଳାସ ଦିଶ୍ରୀ, ରୋଶନ ପାଣିଗ୍ରାହୀ, ଯୋଗେନ୍ଦ୍ର ଭୋଇ, ଡୋଲାମଣୀ ବଛା, ରୁକ୍ମଣ ସେଠ୍‌ଙ୍କୁ କାବୁ କରି ଥାନାକୁ ନେଇ ଯାଇଥିଲେ। ‌ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ପୂର୍ବରୁ ପୁଲିସ ବରିଷ୍ଠ ବିଜେପି ନେତା ବଳରାମ ସାହୁ, ହାଡୁ ସାହୁଙ୍କୁ ପାଇକମାଳ ଥାନାରେ ଅଟକ ରଖିଥିଲା। ଅପରାହ୍ନ ୨ଟାରେ ଉକ୍ତ ଦୁଇ ଜଣଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ପଦ୍ମପୁରରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନକୁ ନେଇ ବାତାବରଣ ଉଷ୍ମହେବାରେ ଲାଗିଛି। ଖୁବ୍‌ଶୀଘ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏହାପୂର୍ବରୁ ୭ ଜଣ ମନ୍ତ୍ରୀ ଏବଂ ୨ ଜଣ ବିଧାୟକ ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ରେ ଦୁଇଦିନିଆ ଗସ୍ତରେ ଅଛନ୍ତି। ଏହାକୁ ବିଜେଡିର ପ୍ରାକ୍‌ ସର୍ଭେ ବୋଲି ଆଖ୍ୟା ଦିଆଯାଉଛି। ଏଭଳି ସରଗରମ ମାହୋଲ ଭିତରେ ମନ୍ତ୍ରୀ ରୀତା ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହେବା ବିଜେଡି ଓ ବିଜେପିର ରାଜନୈତିକ ତିକ୍ତତାକୁ ତେଜି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe