ଦାମଙ୍କ ଗାଡ଼ିକୁ ଆକ୍ରମଣ ଘଟଣା: ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଗିରଫ

Advertisment
ଝାଡ଼େଶ୍ବର କୋଅପରେଟିଭ ସୋସାଇଟି କେଳେଙ୍କାରୀ: ୧୦ କୋଟି ହଡ଼ପ, ସିଓଓ ଗିରଫ

taxscan.in

ଜଗତସିଂହପୁର : ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଗାଡ଼ିକୁ ଆକ୍ରମଣ ଓ ତାଙ୍କୁ ଗାଳିଗୁଲଜ କରିବା ଘଟଣାରେ ପୁଲିସ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ସାଇଲୋ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସରୋଜ ସେଠୀ ଓ ଅନ୍ୟ ୭ ଜଣଙ୍କୁ ଗିରଫ କରିଛି। ଗତକାଲି ଘଟଣାରେ ଡା.ରାଉତ ପ୍ରାୟ ୪୦ ଜଣଙ୍କ ନାଁରେ ଅଭିଯୋଗ କରିଥିବା କୁହାଯାଉଛି।

କୁଜଙ୍ଗ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ନିକଟରେ ଡା. ରାଉତ ଦାଖଲ କରିଥିବା ଅଭିଯୋଗ ମୁତାବକ, ସେ ଗତକାଲି ଅପରାହ୍ନରେ ତାଙ୍କ ଘରକୁ ଫେରୁଥିଲେ। ଗାଡ଼ିରେ ତାଙ୍କ ସହ ଜଣେ ଯୁବକ ଥିଲେ। ସାଇଲୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରପଞ୍ଚ ପ୍ରାର୍ଥୀ ସରୋଜଙ୍କ ଏକ ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ ହଠାତ୍ ସରୋଜ ଗାଡ଼ି ସାମ୍ନାକୁ ଆସି ତାଙ୍କୁ ଅଟକାଇ ଥିଲେ। ପରେ କିଛି ଯୁବକ ତୁରନ୍ତ ସେଠାରେ ପହଞ୍ଚି ଗାଡ଼ିକୁ ବାଡ଼େଇବା ସହ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏମିତି ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯିବା ସହ ତାଙ୍କର ସହଯୋଗୀମାନଙ୍କୁ ଫୋନ୍ ଯୋଗେ ଘଟଣାସ୍ଥଳକୁ ଡକାଇଥିଲେ। ସେମାନେ ସେଠାରେ ପହଞ୍ଚି ଶ୍ରୀ ରାଉତଙ୍କୁ ଉଦ୍ଧାର କରିଥିଲେ। ଏଥିସହିତ, ତିର୍ତ୍ତୋଲ ଥାନାକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇବ‌ା ସହ ପଦକ୍ଷେପ ନେବାପାଇଁ ସେ ନିବେଦନ କରିଥିଲେ। ଡା. ରାଉତଙ୍କ ଲିଖିତ ଅଭିଯୋଗ ପରେ ଆଜି ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe