୫ ମହିଳାଙ୍କ ସମେତ ୮ ମଦ ବେପାରୀ ଗିରଫ

Advertisment

୨୫୧ ଲିଟର ଦେଶୀ ମଦ, ବାଇକ୍‌ ଜବତ

୨୫୧ ଲିଟର ଦେଶୀ ମଦ, ବାଇକ୍‌ ଜବତ

୫ ମହିଳାଙ୍କ ସମେତ ୮ ମଦ ବେପାରୀ ଗିରଫ

ରାଉରକେଲା: ରାଉରକେଲା ସହର ଭିତରେ ଚାଲୁଥିବା ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆଜି ସହରର ବିଭିନ୍ନ ସ୍ଥାନରେ ଚଢ଼ଉକରି ଦେଶୀ ମଦ ବିକ୍ରି କରିବା, ଚୋରାଚାଲାଣ କରୁଥିବାବେଳେ ପାଞ୍ଚ ଜଣ ମହିଳା ମଦ ବେପାରୀଙ୍କ ସମେତ ମୋଟ୍‌ ୮ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଗୋପବନ୍ଧୁପଲ୍ଲୀର ସୁମିତ୍ରା ସାହୁ, ବନ୍ଧମୁଣ୍ଡା ଆର୍.ଏସ୍‌. କଲୋନିର ବିରାଙ୍ଗ ଓରାମ, କ୍ରିଷ୍ଣା ଦାସ, ଦିବ୍ୟଜ୍ୟୋତି ପାତ୍ର, ପ୍ଲାଣ୍ଟ୍‌ସାଇଟ୍‌ ଅଞ୍ଚଳର ବନ୍ଧନୀ ସାହୁ, ଶକୁନ୍ତଳା ସାହୁ, ଛେଣ୍ଡ୍‌ କଲୋନିର ପବିତ୍ର ମିଶ୍ର ଓ ଝିରପାଣିର ପିଙ୍କି ଲୁହାର। ଅଭିଯୁକ୍ତମାନଙ୍କ ପାଖରୁ ୨୫୧ ଲିଟର ଦେଶୀ ମଦ ଓ ଚୋରାଚାଲାଣରେ ବ୍ୟବହୃତ ବାଇକ୍‌(ଓଡି-୧୪-ଏକ୍ସ-୭୨୯୭) ଜବତ ହୋଇଛି। ଆଜି ପୂର୍ବାହ୍ନରେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ପ୍ଲାଣ୍ଟ୍‌ସାଇଟ୍‌ ଥାନା, ଝିରପାଣି ଥାନା ଓ ବନ୍ଧମୁଣ୍ଡା ଥାନା ଅଞ୍ଜଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଅବକାରୀ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ରଞ୍ଜନ ମୁଦୁଲି, ଗଙ୍ଗମଣୀ ହେମ୍ବ୍ରମ, ଏଏସ୍‌ଆଇ ସଞ୍ଜୟ ଭୁକ୍ତା, ଲକ୍ଷ୍ମୀ ପଣ୍ଡା, ବିଜୟ ଜେନା, ସୁନୀତା କେର୍କେଟା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe