ଥମୁନି ଦାଦନ ଦୁଃଖ: ତିନିବର୍ଷରେ ଝରିଗାଁର ୮ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଝରିଗାଁ: କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାନୀୟ ଲୋକଙ୍କୁ ନିଜ ଗ୍ରାମରେ ରୋଜଗାର ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଶ୍ରମିକ ବଦଳରେ ବେସିନରେ କାମ ହେଉଥିବା ବେଳେ ସ୍ଥାନୀୟ ଲୋକ କୌଣସି ଉପାୟ ନପାଇ ଶେଷରେ ଦଲାଲମାନଙ୍କ ପ୍ରଲୋଭନରେ ପଡ଼ି ଅଧିକ ଅର୍ଥ ଉପାର୍ଜନ ଲାଗି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଅଜଣା ଜାଗାରେ ଅସୁରକ୍ଷିତ ଭାବେ ଦାଦନ ଖଟିବା ପାଇଁ ଯାଇ ସେଠାରେ ବିଭିନ୍ନ ନିର୍ଯାତନାର ଶିକାର ହେଉଥିବା ବେଳେ ଆଉ କିଛି ଦାଦନ ଶ୍ରମିକ ଶବ ହୋଇ ଘରକୁ ଫେରୁଛନ୍ତି।

ଝରିଗାଁ ବ୍ଳକରେ ତିନି ବର୍ଷ ମଧ୍ୟରେ ଆଠ ଜଣ ଦାଦନ ଶ୍ରମିକ ବାହାର ରାଜ୍ୟରେ ଶବ ହୋଇ ଘରକୁ ଫେରିଛନ୍ତି। ବାସ୍ତବରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଢ଼େର ଅଧିକ ହେବ ବୋଲି ଆଲୋଚନା ହେଉଛି। ଦାଦନ ଶ୍ରମିକମାନେ ସଚେତନତା ଅଭାବ ଯୋଗୁଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପଞ୍ଜିକୃତ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉନଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ସଚେତନତା ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଦାଦନ ଶ୍ରମିକମାନେ ପ୍ରଶାସନ ପକ୍ଷରୁ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଝରିଗାଁ ବ୍ଳକରେ ଦାଦନ ଚାଲାଣ କରୁଥିବା ଦଲାଲମାନେ ମାଲାମାଲ ହେଉଥିବା ବେଳେ ବହୁ ଦାଦନ ଶ୍ରମିକମାନେ ନିର୍ଯାତିତ ହୋଇ ଖାଲି ହାତରେ ନିରାଶ ହୋଇ ଘରକୁ ଫେରୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶ୍ରମ ବିଭାଗ ଦାଦନ ଶ୍ରମିକମାନଙ୍କୁ ସଚେତନ କରିବା ସହ ଦଲାଲମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

୨୦୨୧ ମସିହାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ଭଗତ ଭତ୍ରାଙ୍କ ପୁଅ ଡମ୍ବରୁ ଭତ୍ରା (୩୫)ଙ୍କ ତେଲେଙ୍ଗାନାର ଭଦ୍ରାଚଳମରେ ଟ୍ରକ ଦୁର୍ଘଟଣାରେ ମୃତ୍ୟ ହୋଇଥିଲା। ସେହିବର୍ଷ ଧୋଡ୍ରା ପଂଚାୟତ ଅନ୍ତର୍ଗତ ଭିମାଗୁଡା ଗ୍ରାମର ପିତମ ହରିଜନଙ୍କ ପୁଅ ଗୋବିନ୍ଦ ହରିଜନ(୨୫) ତାମିଲନାଡୁର ତ୍ରିପୁର ଜିଲ୍ଲାର କମନୁର ସୂତା କାରଖାନାରେ ଦାଦନ ଖଟିବା ପାଇଁ ଯାଇଥିଲେ। କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଦେହ ଅସୁସ୍ଥ ହୋଇଥିଲେ। କୋଏମ୍ବାଟୁର ମେଡ଼ିକାଲ କଲେଜରେ ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା।

୨୦୨୨ ମସିହାରେ ଦହଡାମାଲ ଗ୍ରାମର ଚଇତୁ ସନ୍ତା(୫୫)ଦାଦନ ଖଟିବା ପାଇଁ ଚେନ୍ନାଇ ଯାଇଥିଲେ। ସେଠାରେ ରେଳ ଦୁର୍ଘଟଣାରେ ଚଇତୁ ସନ୍ତାଙ୍କ ମୃତ୍ୟୁ ହୋଇଥିଲା।ସେହି ବର୍ଷ ହିଁ ଜଣେ ନାବାଳିକା ସିଲେଇ ଶିଖିବା ପାଇଁ ଚେନ୍ନାଇର ତ୍ରିପୁର ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଜ୍ଵର ହେବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରୁ ଥିଲେ। ଘରକୁ ଫେରିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା। ବଡ଼ଟେମେରା ପଂଚୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମର ମଧୁ ଜାନୀ(୩୫) ଏଲୁରୁ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ। ଏଲୁରୁ ଠାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ସେହିପରି ଗତବର୍ଷ ଭାଲୁକାନାଡ଼ି ପଂଚୟତ ଅନ୍ତର୍ଗତ ସାରିଆପୋଡା ଗ୍ରାମର ଯୁବକ ଅଭି ମାଝୀ(୨୪) କର୍ଣ୍ଣାଟକର କୋଲାଇ ଜିଲ୍ଲା ଅନ୍ତର୍ଗତ ବାଗିପାଲି ଗ୍ରାମରେ ଏକ କୁକୁଡ଼ା ଫର୍ମରେ କାମ କରୁଥିଲେ। କୌଣସି କାରଣରୁ ରାତ୍ର ଖାଇ ସାରି ସକାଳୁ ଉଠିବା ସମୟରେ ପାଟି ଓ ନାକରୁ ଫେମ୍ପର ବାହାରି ମୃତ୍ୟୁ ହୋଇଥିଲା। ଏହି ଭଳି ଝରିଗାଁ ବ୍ଳକରେ ଗତ ତିନି ବର୍ଷରେ ୮ ଦାଦନ ଶ୍ରମିକ ମୃତ୍ୟୁ ହୋଇ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe