ଏସ୍‌ସିବିରୁ ପୁଣି ୮ ପଜିଟିଭ୍‌

Advertisment
ଏସ୍‌ସିବିରୁ ପୁଣି ୮ ପଜିଟିଭ୍‌

odishasuntimes.com

ଅର୍ଥୋପେଡିକ୍‌ ବିଭାଗ ସିଲ୍‌, ଚିହ୍ନଟ ହେଲେ ୨ରୋଗୀ
ସଙ୍ଗରୋଧରେ ୩୦ରୁ ଅଧିକ ଡାକ୍ତର, କର୍ମଚାରୀ

କଟକ : ଏସ୍‌ସିବିରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୧୭ଜଣ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଏସ୍‌ସିବିରୁ ୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅସ୍ଥିଶଲ୍ୟ ବିଭାଗରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଭାଗକୁ ସିଲ୍‌ କରିଦିଆଯାଇଛି। ବିଭାଗର ଓପିଡି, ଓଟି ବନ୍ଦ ରହିବା ସହ ଡାକ୍ତର, ନର୍ସ ଓ ୨୦ରୁ ଅଧିକ କର୍ମଚାରୀଙ୍କୁ ଆଇସୋଲେସନ୍‌ରେ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସାଲେପୁରର ଜଣେ ମହିଳା ଦୀର୍ଘ ୧ମାସ ହେଲା ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସଂସ୍ପର୍ଶରେ ଅନେକ ରୋଗୀ, ଡାକ୍ତର, କର୍ମଚାରୀ ଆସିଥିବା ଜଣାପଡ଼ି। ମାହାଙ୍ଗା ଅଂଚଳର ଆକ୍ରାନ୍ତ ମଧ୍ୟ ୫ଦିନ ହେଲା ଚିକିତ୍ସିତ ହେଉଥିବାବେଳେ ତାଙ୍କର ଆଜି କରୋନା ପଜିଟିଭ୍‌ ରିପୋର୍ଟ ଆସିବା‌ ପରେ ବିଭାଗରେ ଆତଙ୍କ ଖେଳିଯାଇଛି। ସେହିପରି ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଇସୋ‌ଲେସନ୍‌ରେ ସନ୍ଦିଗ୍ଧଭାବେ ଚିକିତ୍ସିତ ହେଉଥିବା ୨ଜଣ ମହିଳା ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଉକ୍ତ ବିଭାଗରେ ମଧ୍ୟ ଜଣେ ପ୍ରସୂତିଙ୍କ କରୋନା ସଂକ୍ରମିତ ହୋଇଥିଲେ। ସେହିପରି ସର୍ଜରି ବିଭାଗରୁ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭାଗର ୫ଜଣ ଡାକ୍ତର ଓ କର୍ମଚାରୀଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି। ସେପଟେ, ଆଇସୋଲେସନ୍‌ ୱାର୍ଡରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏସ୍‌ସିବିରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟକର ବୋଲି ଜଣାପଡ଼ିଛି। ଅନ୍ୟପଟେ ଏସ୍‌ସିବି ଆହାର କେନ୍ଦ୍ରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଆହାର କେନ୍ଦ୍ରକୁ ସିଲ୍‌ କରିଦିଆଯାଇଛି।

କର୍କଟ କେନ୍ଦ୍ରର ୩ ଷ୍ଟାଫ୍‌ନର୍ସଙ୍କୁ କରୋନା
କଟକ : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଦିନକ ବ୍ୟବଧାନରେ ପୁଣି ୩ଜଣ ଷ୍ଟାଫ୍‌ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଏହି କେନ୍ଦ୍ରରୁ ୧୧୪ଜଣ ରୋଗୀ, ସଂପର୍କୀୟ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଏବେ କେନ୍ଦ୍ରରେ ୧୦/୧୫ଜଣ ଗୁରୁତର ରୋଗୀଙ୍କୁ କେନ୍ଦ୍ରରେ ରଖାଯାଇଥିବାବେଳେ ବାକି ସମସ୍ତ ରୋଗୀ, ସଂପର୍କୀୟଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ପୂର୍ବରୁ ୩ଜଣ ଷ୍ଟାଫ୍‌ନର୍ସ ଆଚାର୍ଯ୍ୟ ହରିହରରୁ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ଜଣ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe