ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ସଦର ଗୋବିନ୍ଦପୁର ସିଏଚ୍ସି ମେଡିକାଲରେ ବୁଧବାର ବିଷାକ୍ତ ଖାଦ୍ୟ ଖାଇ ପରିବାରର ୮ ଜଣ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ବିଜାଡିହି ଗାଁର ଭଗବାନ ସାଙ୍କ ଘରକୁ ଦୁର୍ଗା ପୂଜା ଅବସରରେ ଝିଅ ଓ ନାତୁଣିମାନେ ଆସିଥିଲେ। ମଧ୍ୟାହ୍ନ ଭୋଜନ ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ୮ ଜଣ ଏବେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ଅପରପକ୍ଷରେ ସିଏଚ୍ସିରେ କୌଣସି ଡାକ୍ତର ନଥିବାରୁ ପ୍ରାଥମିକ ଚିକିତ୍ସାରେ ସମସ୍ୟା ହୋଇଥିଲା। ସିଡିଏମଓଙ୍କୁ ଯୋଗାଯୋଗ କରାଯାଇ ତୁରେଇରୁ ଡାକ୍ତର ଆସିଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us