କନ୍ଧମାଳରେ ଆଠମାସର ଗର୍ଭବତୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ

ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

Representational image

ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ତେନ୍ତୁଳିଗଡ଼ ଗ୍ରାମରେ ଆଠମାସର ଗର୍ଭବତୀ ରେଶମା କହଁର (୧୯)ଙ୍କୁ ସ୍ବାମୀ ଈଶ୍ଵର ନାୟକ (୩୬) ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଶମାଙ୍କ ବାପା ଗୋକୁଳ କହଁର ଏନେଇ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୫୭/୨୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଈଶ୍ବରଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନାଧିକାରୀ କଲ୍ୟଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି।

ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ ଗୁଡ୍ରିଗାଁର ବାସିନ୍ଦା ଗୋକୁଳଙ୍କ ଝିଅ ରେଶ୍‌ମା ବର୍ଷେ ତଳେ ଈଶ୍ବରଙ୍କୁ ପ୍ରେମ ବିବାହ କରିଥିଲେ। ତେବ‌େ କିଛିଦିନ ପରେ ‌ଯୌତୁକ ଦାବିରେ ଈଶ୍ବର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏହାମଧ୍ୟରେ ରେଶ୍‌ମା ଗର୍ଭବତୀ ହୋଇଥିଲେ। ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଈଶ୍ଵର ହଠାତ୍ ରାଗିଯାଇ ରେଶ୍‌ମାଙ୍କ ତଣ୍ଟି ଚିପି ମାରିଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe