କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା: ଦେହରେ ପେଟ୍ରୋଲ୍‌ ଢାଳିଲେ ପରିବାରର ୮ ସଦସ୍ୟ

Advertisment

୩ ମହିଳା, ୨ଶିଶୁ ବି ଆତ୍ମହତ୍ୟା ଉଦ୍ୟମ କଲେ; ପୁଲିସ ନାକେଦମ୍‌

୩ ମହିଳା, ୨ଶିଶୁ ବି ଆତ୍ମହତ୍ୟା ଉଦ୍ୟମ କଲେ; ପୁଲିସ ନାକେଦମ୍‌

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା: ଦେହରେ ପେଟ୍ରୋଲ୍‌ ଢାଳିଲେ ପରିବାରର ୮ ସଦସ୍ୟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ କାଣ୍ଡ ଘଟିଛି। କାଳିଆକୁଣ୍ଡଲ ଗ୍ରାମର ୩ ଜଣ ମହିଳା ଓ ୨ ଜଣ ଶିଶୁଙ୍କ ସମେତ ପରିବାରର ୮ଜଣ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ, ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିବୃତ୍ତ କରିବା ପାଇଁ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ିଛି। ଜଗନ୍ନାଥଙ୍କ ଜମି ଜବରଦଖଲକୁ କେନ୍ଦ୍ରକରି ଏହିଭଳି ପଦକ୍ଷେପ ନେଇଥିବାବେଳେ ଏବେ ଏହି ପରିବାର ଅନଶନରେ ବସିଥିବା ଜଣାପଡ଼ିଛି।

ଘଟଣା ଅନୁସାରେ , କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ କାଳିଆକୁଣ୍ଡଲ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରର ଜମି ଜବରଦଖଲ କରିଥିବା ସେହି ଗ୍ରାମର ଅନାମ ନାଏକଙ୍କୁ ଗିରଫ ଦାବିରେ କ୍ଷେତ୍ରଚନ୍ଦ୍ର ନାଏକଙ୍କ ପରିବାର ଲୋକ ଗତ ଜୁଲାଇ ୨୭ ତାରିଖ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଜିଲ୍ଲାପାଳ ପରିବାରବର୍ଗଙ୍କୁ ଡକାଇ ଏନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାସହ ସେମାନଙ୍କୁ ଅନଶନରୁ ଓହରିବା ପାଇଁ କହିଥିଲେ। ପରିବାରବର୍ଗ ୨ ଦିନ ମଧ୍ୟରେ ପଦକ୍ଷେପ ନନେଲେ ପୁଣି ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ।

ଗୁରୁବାର ସକାଳୁ ପରିବାର ବର୍ଗ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଅପରାହ୍ନରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ପରିବାରବର୍ଗଙ୍କୁ ଡାକି ସେମାନଙ୍କ ଯୁକ୍ତି ଠିକ୍‌ ନୁହେଁ, ତେଣୁ ତୁରନ୍ତ ଅନଶନରୁ ଓହରି ଯାଅ ନଚେତ୍‌ ଗିରଫ କରାଯିବ ବୋଲି ଧମକ ଦେଇଥିଲେ। ଏହାପରେ ପରିବାରବର୍ଗ ଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ‌ଗେଟ୍‌ ସମ୍ମୁଖକୁ ଆସି ପେଟ୍ରୋଲ ଢାଳି ନିଆ ଲଗାଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସେମାନଙ୍କଠାରୁ ପେଟ୍ରୋଲ ଓ ଦିଆସିଲି ଛଡ଼ାଇ ନେବାସହିତ ବହୁକଷ୍ଟରେ ସେମାନଙ୍କୁ ନିବୃତ୍ତ କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭାବନୀୟ କାଣ୍ଡ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ ପୁଲିସ ପକ୍ଷରୁ ଅନଶନସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe