ନୟାଗଡ଼ରେ ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ୮ ଗିରଫ

Advertisment
ନୟାଗଡ଼ରେ ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ୮ ଗିରଫ

ନୟାଗଡ଼: ମେରୁ ଉତ୍ସବ ପାଳନ ବେ‌ଳେ ଦଣ୍ଡ ଶୋଭାଯାତ୍ରା ନେଇ ନୟାଗଡ଼ ସହରରେ ବୁଧବାର ରାତିରେ ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ ପୁଅ ମୁନା ପ୍ରଧାନ (୩୮), କାବୁଲି ପ୍ରଧାନ (୪୦) ଓ ଆନନ୍ଦ ଚନ୍ଦ୍ର ପ୍ରଧାନ (୪୨), ରବୀନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଆଶିଷ କୁମାର ପ୍ରଧାନ (୨୯), ବିମଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶିବାଜୀ ସାମନ୍ତରାୟ (୨୮), ଈଶ୍ୱର ଜେନାଙ୍କ ପୁଅ ଭାସ୍କର ଜେନା (୨୫), ବିଶିଆ ଭୋଳଙ୍କ ପୁଅ ଉଦୟନାଥ ଭୋଳ (୪୮) ଓ ବିଜୟ କୁମାର ପ୍ରଧାନଙ୍କ ପୁଅ ସୌଭାଗ୍ୟ ରଂଜନ ପ୍ରଧାନ ଓରଫ ସିଲୁ (୨୮)। ଏମାନେ ସମସ୍ତେ ନୟାଗଡ଼ ଜିଲ୍ଲା ଦେଉଳପଲ୍ଲୀ ନିବାସୀ।

ସୂଚନାଯୋଗ୍ୟ, ଟାଉନ୍‌ ଥାନା ଅଧୀନ ସିନ୍ଦୁରିଆର ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଦଣ୍ଡଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ଗାପ୍ରସାଦର ଗ୍ରାମର ବିକ୍ରମ ପରିଡ଼ାଙ୍କ ପୁଅ ନବୀନ ପରିଡ଼ା(୨୭)ଙ୍କୁ ଏକ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ। ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା। ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମକୁ ଫେରିଥାନ୍ତେ। କିନ୍ତୁ କିଏ ଆଗ ଦର୍ଶନ କରିବ, ଡିଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇଥିଲା।

publive-image

ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ମାଡ଼ ‌ହେଉଥିଲା। ଏହି ଢେଲାମାଡ଼ରେ ଟାଉନ୍‌ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନାଙ୍କ ମୁଣ୍ଡ ଫାଟିଛି। ଥାନାର ୩ ଏସ୍‌ଆଇ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଏନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ଉଭୟ ଗୋଷ୍ଠୀରୁ ବହୁ ବ୍ୟକ୍ତି ଆହତ ହୋଇଥିବାବେଳେ, ଅଳ୍ପ କେତେଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଚିକିତ୍ସାଧୀନ ଅଛନ୍ତି। ହତ୍ୟାକାଣ୍ଡରେ ସଂପୃକ୍ତ କିଛି ବ୍ୟକ୍ତି ଫେରାର୍‌ ହୋଇଯାଇଥିବା ବେଳେ, ଅନେକ ଗିରଫଦାରୀ ଭୟରେ ଚିକିତ୍ସାଳୟକୁ ନ ଆସି ଘରେ ଚିକିତ୍ସିତ ‌ହେଉଥିବା ଖବର ମିଳିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏସ୍‌ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ ଶୁଭେନ୍ଦୁ ସିଂହ ପ୍ରମୁଖ ଘଟଣା ଉପରେ ତୀକ୍ଷଣ ନଜର ରଖିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe