କଟକ : ଏସ୍ସିବିରେ ଭର୍ତ୍ତି ହୋଇଥିବା ବାଲେଶ୍ୱର ଭୋଗରାଇ ଅଞ୍ଚଳର ୮ ଅସୁସ୍ଥଙ୍କୁ ଡିସ୍ଚାର୍ଜ କରାଯାଇଛି। ସେମାନେ ଆଜି ଘରକୁ ଫେରିଛନ୍ତି। ଗୋଆରେ ହୋଟେଲ୍ ବୟ ଭାବେ କାମ କରୁଥିବା ଏହି ୮ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଗତ ୧୭ତାରିଖରେ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତିନିଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିବା ସହ ସମସ୍ତ ରକ୍ତ ନମୁନା ପରୀକ୍ଷଣ କରିଥିଲେ। ରକ୍ତ ନମୁନା ସବୁ ନେଗେଟିଭ୍ ଆସିଥିଲା। ଫଳରେ ଏହି ୮ ଅସୁସ୍ଥ ‘ନିପା’ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ଡାକ୍ତର ଖଣ୍ଡନ କରିବା ସହ ସିଜିନାଲ୍ ଫ୍ଲୁ ବୋଲି ଦର୍ଶାଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।
ବାଲେଶ୍ୱରର ୮ ଅସୁସ୍ଥ ଏସ୍ସିବିରୁ ଘରକୁ ଫେରିଲେ
Advertisment
Follow Us