ରାଇରଙ୍ଗପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଲୋକାର୍ପିତ

ରଇରଙ୍ଗପୁର ବ୍ଲକର ଶୁଣ୍ଢଳ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଭିଡିଓ କନଫରେସିଂ ଜରିଆରେ ହୋଇଯାଇଛି। ରଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଶୁଣ୍ଢଳସ୍ଥିତ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ରଇରଙ୍ଗପୁର କୋଠାର  ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରଇରଙ୍ଗପୁର ବ୍ଲକର ଶୁଣ୍ଢଳ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲୋକାର୍ପଣ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଭିଡିଓ କନଫରେସିଂ ଜରିଆରେ ହୋଇଯାଇଛି। ରଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଶୁଣ୍ଢଳସ୍ଥିତ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ରଇରଙ୍ଗପୁର କୋଠାର  ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଜମୁଇଠାରୁ ଭିଡିଓ କନଫରେସିଂ ଜରିଆରେ ଉଦଘାଟନ କରିଥିଲେ।
publive-image
ରଇରଙ୍ଗପୁର ବିଧାନସଭା କ୍ଷେତ୍ରର ବିଧାୟକ ଜଲେନ ନାଏକ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ  ଏଭଳି ଏକ ବିଦ୍ୟାଳୟରେ ଅଧ୍ୟୟନ କରିବାର ସ୍ବପ୍ନ ମନୀୟ ପ୍ରଧାନମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ଦ୍ବାରା ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ଆମ ଆଦିବାସୀ ବହୁଳ ଜିଲ୍ଲାରେ ଜଣେ ସାଧାରଣ ଘରର ପିଲା ଏଭଳି ଏକ ଅସାଧାରଣ ପରବେଶରେ ପଢି ନିଜର ଦକ୍ଷତାର ବିକାଶ କରିପାରିବ ବୋଲି କହିଥିଲେ ଏବଂ ଉପସ୍ଥିତ ରଇରଙ୍ଗପୁର ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ପିଲାମାନକୁ ଏହାର ଭରପୁର ସୁଯୋଗ ନେବାକୁ ଆହ୍ବାନ କରିଥିଲେ।

ଉକ୍ତ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଭାବେ ନବୀନ କୁମାର ରାମ ଆଧୁନିକ ଭାରତରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଏକ ବୈପଳବିକ ଚିନ୍ତା ଧାରା ବୋଲି ପ୍ରକାଶ କରିଥିଲେ।  ସାଂସଦଙ୍କ ପ୍ରତିନିଧି ଭାବେ ମୋନଜ ଦାସ ସରକାରଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ସଭାରେ ରଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ପୂର୍ବତନ ବ୍ଲକ ଅଧ୍ୟକ୍ଷ  ଉପେନ୍ଦ୍ର ବିଶ୍ବାଳ,ସ୍ଥାନୀୟ ସରପଞ୍ଚ ସୁକାନ୍ତି ହେମ୍ବ୍ରମ,ରଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟ ଦର୍ଶିନି ପଣ୍ଡା, ଏଡିଦବ୍ଲୁଓ ପିଏଆଇଟିଡିଏ ରଇରଙ୍ଗପୁର ଜ୍ଞାନେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ,ରଇରଙ୍ଗପୁର ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଅଧ୍ୟକ୍ଷ ମାନସିଂ ବଇର୍ବା  ମଞ୍ଚପାରିଚଳନା କରିଥିଲେ ଓ ବହଳଦା  ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଅଧ୍ୟକ୍ଷ ବଳରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ରଇରଙ୍ଗପୁର ଏକଲବ୍ୟ ସ୍କୁଲର ସମଶତ ଛାତ୍ର,ଅବିଭାବକ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe