ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ୍: ୬ କୋଚ୍‌ରେ ରହିଛି ୫୪ଟି କମ୍ପାଟମେଣ୍ଟ

Advertisment

କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର୍‌ କୋଚ୍‌କୁ ଆଇସୋଲେସନ୍‌ ୱାର୍ଡ

କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର୍‌ କୋଚ୍‌କୁ ଆଇସୋଲେସନ୍‌ ୱାର୍ଡ

ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ୍: ୬ କୋଚ୍‌ରେ ରହିଛି ୫୪ଟି କମ୍ପାଟମେଣ୍ଟ

ରାଉରକେଲା : କରୋନା ମୁକାବିଲା ପାଇଁ ଲଢ଼ୁଛି ସମଗ୍ର ବିଶ୍ବ। ସହର ଠାରୁ ଆରମ୍ଭ କରି ପଞ୍ଚାତୟ ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇ ସାରିଛି ସ୍ବତନ୍ତ୍ର ସଙ୍ଗରୋଧ କକ୍ଷ। ଆସନ୍ତା ମେ ୩ ଲକ୍‌ଡାଉନ୍‌ ଖୋଲିବା ପରେ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ଶ୍ରମିକ ଫେରୁଥିବା ଉଭୟ ସରକାର ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଆବଶ୍ୟକ ଅନୁଯାୟୀ ସଙ୍ଗରୋଧ କକ୍ଷ ପ୍ରସ୍ତୁତି ହୋଇ ନଥିବାରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ଭାରତୀୟ ରେଳ ବିଭାଗ ପ୍ରମୁଖ ଟ୍ରେନ୍‌କୁ ଆଇସୋଲେସନ୍‌ କକ୍ଷ କରାଯାଇଛି। କୋଚ୍‌ରେ ତିଆରି ହୋଇଛି ହଜାର ହଜାର ସ୍ବତନ୍ତ୍ର କକ୍ଷ। ଆଉ କେତେକ ଟ୍ରେନ୍‌ରେ ଚାଲିଥିବା କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର୍‌ କୋଚ୍‌କୁ ଆଇସୋଲେସନ୍‌ ୱାର୍ଡ କରାଯାଇଛି। ଏଥି ମଧ୍ୟରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ରାଉରକେଲାକୁ ୬ଟି ଆଇସୋଲେସନ୍‌ ସ୍ଲିପର କୋଚ୍‌ ମିଳିଛି। କୋଭିଡ୍‌ ହସ୍ପିଟାଲରେ ବେଡ୍‌ ଅଭାବ ଦୂର କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚକ୍ରଧରପୁର ମଣ୍ଡଳ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ସେପଟେ ୫୮ ସ୍ଲିପର କୋଚ୍‌ ମଧ୍ୟରୁ ୩୮ କୋଚକୁ ଆଇସୋଲେସନ୍ ୱାର୍ଡରେ ପରିବର୍ତ୍ତନ କରାଯାଇ ସାରିଛି। ଅବଶିଷ୍ଟ ସ୍ଲିପର କୋଚ୍‌କୁ ଆସୋଲେସନ୍‌ ୱାର୍ଡରେ ପରିଣତ କରିବାକୁ ରେଳବାଇ ଅଧିକାରୀ ଓ ଇଞ୍ଜିନିୟରମାନେ ଦିନ ରାତି କାମରେ ଲାଗି ପଡିଛନ୍ତି। ଜରୁରୀକାଳୀନ ସ୍ଥିତିରେ କରୋନା ଆକ୍ରାନ୍ତଙ୍କୁ ଏସବୁ ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସିତ କରାଯିବ। ଏଥିରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ରହିଛି।

publive-image

ଗୋଟିଏ କୋଚ୍‌କୁ ଆଇସୋଲେସନ୍‌ ୱାର୍ଡରେ ପରିବର୍ତ୍ତନ କରିବାକୁ ରେଳ ବିଭାଗକୁ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। କୋଚ୍‌ର ପ୍ରତ୍ୟେକ କମ୍ପାଟମେଣ୍ଟରେ ଦୁଇଟି ବେଡ୍‌ସିଟ୍‌, ‌ଦୁଇଟି ତକିଆ, ତିନି ଡଷ୍ଟବିନ୍‌, ଗୋଟିଏ ଅକ୍ସିଜେନ୍‌ ଷ୍ଟାଣ୍ଡ, ଔଷଧ ଇତ୍ୟାଦି ସାମଗ୍ରୀ ପାଇଁ ଟ୍ରଲି, ଗୋଟିଏ ଗାଧୁଆ ଘର (ଯେଉଁଟି କେବଳ ଗାଧୋଇବାର ବ୍ୟବସ୍ଥା) ଓ ତିନିଟି ‌‌ଶୌଚାଳୟ ରହିଛି। ଗୋଟିଏ କୋଚ୍‌ରେ ୯ଟି କମ୍ପାଟମେଣ୍ଟ ରହିଛି। ଆଠଟି କମ୍ପାଟମେଣ୍ଟରେ ଦୁଇ ଜଣ ଲେଖାଏଁ ୧୬ ଜଣ କରୋନା ଆକ୍ରାନ୍ତ ରୋଗୀ ରହିବେ। ଅନ୍ୟ ଏକ କମ୍ପାଣ୍ଟମେଣ୍ଟରେ ମେଡିକାଲ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି। ଏଥି ସହ ମେଡିକାଲ କର୍ମଚାରୀ ରହିବାକୁ ଦୁଇଟି ସୁରକ୍ଷିତ କମ୍ପାଣ୍ଟମେଣ୍ଟ ରହିଛି। ଆଗାମୀ ୨/୩ ସପ୍ତାହ ମଧ୍ୟରେ ରାଉରକେଲାରେ ପହଞ୍ଚିବାରେ ଏହାକୁ ଆଇସୋଲେସନ୍‌ ୱାର୍ଡ ଭାବେ ବ୍ୟବହାର କରାଯିବ ରେଳବାଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe