ରାମଚନ୍ଦ୍ରପୁର : ଭିଡିଓ କଲିଂରେ ହେଲା ନାତିର ଏକୋଇଶିଆ

Advertisment
ଓଡ଼ିଶା ହରାଇଲା ‌ଦେଢ଼ ଲକ୍ଷ ମୋବାଇଲ୍‌ ଗ୍ରାହକ: ଜିଓ ଯୋଡ଼ିଲା, ଅନ୍ୟ ୩ ସଂସ୍ଥା ହରାଇଲେ

TechZone360

ରାମଚନ୍ଦ୍ରପୁର : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ନବଜାତ ଶିଶୁପୁତ୍ରକୁ ନେଇ ଭୁବନେଶ୍ବରରୁ ଘରକୁ ଫେରି ପାରିଲେନି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଅଳତି ଗ୍ରାମର ଦମ୍ପତି। ଜେଜେବାପା, ଜେଜେମାଙ୍କ ଜିଦ୍‌ ପରେ ଶେଷରେ ଭିଡିଓ କଲିଂ ଜରିଆରେ ହେଲା ନାତିର ଏକୋଇଶିଆ ଓ ନାମକରଣ। ଜେଜେବାପା ନିଜ ଘରେ ଗାୟତ୍ରୀ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସାଙ୍ଗକୁ ନାତିର ନାମକରଣ କଲେ। ଭିଡିଓ କଲିଂରେ ଏହାକୁ ଦେଖିଲେ ପୁଅବୋହୂ। ଅଳତି ଗ୍ରାମର ଗୋପାଳ ଚନ୍ଦ୍ର ଓଝା ଓ ବାସନ୍ତୀ ଓଝାଙ୍କ ପୁଅ ମନୋଜ ଭୁବନେଶ୍ବରରେ ଟ୍ୟାକ୍ସ କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ସେଠାରେ ସେ ପତ୍ନୀ ଲକ୍ଷ୍ମୀଙ୍କ ସହ ରହୁଥିଲେ। ଏପ୍ରିଲ ୩ ତାରିଖରେ ଲକ୍ଷ୍ମୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରଥମ କରି ନାତି ହୋଇଥିବାରୁ ଏକୋଇଶିଆ ପାଇଁ ତୁରନ୍ତ ଗାଁକୁ ଆସିବାକୁ ଜେଜେବାପା, ଜେଜେମା ଜିଦ୍‌ ଧରିଥିଲେ। ବାପାମାଙ୍କ ଜିଦ୍‌ ଦେଖି ମନୋଜ ଗାଁ ସରପଞ୍ଚଙ୍କ ସହ ଯୋଗାଯୋଗ କଲେ। କିନ୍ତୁ ସେ ଗାଁକୁ ଆସିବାକୁ ମନା କରିଥିଲେ। ଯଦି ଗାଁକୁ ଆସିବ ସଂଗରୋଧରେ ରହିବ ବୋଲି କହିଥିଲେ। ଗତକାଲି ଶିଶୁପୁତ୍ରର ଏକୋଇଶିଆ ଥିଲା। ପୁଅବୋହୂ ଛୁଆକୁ ନେଇ ଘରକୁ ଆସିନଥିଲେ ମଧ୍ୟ ଜେଜେବାପା ଘରେ ପୂଜାର୍ଚ୍ଚନା ଆୟୋଜନ କଲେ। ମୋବାଇଲରେ ପୁଅ ପଠାଇଥିବା ନାତିର ଫଟୋ ରଖି ପୂଜା‌ର୍ଚ୍ଚନା ଓ ନାମକରଣ କରାଗଲା। ଭୁବନେଶ୍ବ‌ରରେ ବସି ଏସବୁ ଦୃଶ୍ୟକୁ ଭିଡିଓ କଲିଂରେ ଦେଖିଥିଲେ ମନୋଜ ଓ ଲକ୍ଷ୍ମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe