ସାନକୁ ଆକ୍ରମଣ କରି ବଡ଼ଭାଇ ଗିରଫ

ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଶିମିଳିପାଳ ଗ୍ରାମରେ ସାନଭାଇ ଆଲୋକ ସାହୁ (୨୩ ବର୍ଷ)ଙ୍କୁ ଆକ୍ରମଣ କରି ବଡ଼ଭାଇ ଆଶିଷ ସାହୁ (୨୯) ଗିରଫ ହୋଇଥିବା ଜଣାଯାଇଛି।

ଗତ ସୋମବାର ଆଶିଷ ନିଜ ମା’କୁ ମଦପିଇବା ପାଇଁ ଟଙ୍କା ମାଗିଥିଲେ। ହେଲେ ତାଙ୍କ ମା’ ଟଙ୍କା ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଯାହା ଫଳରେ ଆଶିଷ ନିଜ ମା’ଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ସାନଭାଇ ଆଲୋକ ଘରକୁ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆଶିଷ ସାନଭାଇ ଆଲୋକଙ୍କୁ ମାଡ଼ ମାରିଥିଲେ। ଆଲୋକଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଆଶିଷଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe