ଶବସତ୍କାର ପାଇଁ ଯାଇ ଶବ ହୋଇଗଲେ : ମଶାଣିରେ ସାନର ସଂସ୍କାର ବେଳେ ବଡ଼ଭାଇକୁ ହୃଦଘାତ

Advertisment
ଛାତ ଉପରେ ଖେଳିବା କାଳ ହେଲା, ବିଦ୍ୟୁତ କରେଣ୍ଟରେ ଛାତ୍ରୀର ମୃତ୍ୟୁ

ବୋଲଗଡ଼ : ଶନିବାର ସକାଳେ ବୋଲଗଡ ଥାନା ଟାଙ୍ଗିସାହି ଗ୍ରାମରେ ସାନଭାଇ ବାନାମ୍ବର ପରିଡ଼ା(୫୫)ଙ୍କର ଶବ ସତ୍କାର ବେଳେ ବଡ଼ଭାଇ ସପନି ପରିଡ଼ା(୬୪)ଙ୍କର ହୃଦଘାତରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଆଣିଛି।

ସୂଚନାନୁଯାୟୀ, ଗ୍ରାମର ସ୍ବର୍ଗତ ଅକ୍ରୂର ପରିଡ଼ାଙ୍କ ୫ପୁଅ ମଧ୍ୟରୁ ବାନାମ୍ବର କିଡନି(ବୃକକ୍) ଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଅବସ୍ଥା ଦିନକୁ ଦିନ ସଂକଟାପନ୍ନ ହେବା ସହ ବଞ୍ଚିବା ସମ୍ଭାବନା କ୍ଷୀଣ ହେବାରୁ ଶନିବାର ସକାଳେ ପରିବାର ଲୋକେ ନିଜ ଘରକୁ ନେଇ ଆସିଥିଲେ। ତେବେ ଗାଁରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଶ୍ମଶାନରେ ବାନାମ୍ବରଙ୍କର ଶେଷକୃତ୍ୟ ହେଉଥିବା ବେଳେ ବଡ଼ଭାଇ ସପନା ସେଠାକୁ ଯାଇଥିଲେ। ତେବେ ସାନଭାଇର ଏପରି ମୃତ୍ୟୁରେ ଅତ୍ୟନ୍ତ ମ୍ରିୟମାଣ ହୋଇ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେଠାରେ ଅଚେତ ହୋଇ ଖସିପଡ଼ିଥିଲେ। ତାଙ୍କୁ ତୁରନ୍ତ ବୋଲଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏକା ଦିନକେ ଗ୍ରାମଶ୍ମଶାନରେ ଏପରି ଦୁଇ ଭାଇଙ୍କ ଜୁଇ ଜଳିବା ଘଟଣା ଗ୍ରାମବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe