ଯାଜପୁର: ଜମିବାଡ଼ି ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ପଞ୍ଚାୟତ ବାଲିବିଲି ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ମନୋଜ କବି। ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଥିବା ଜଣାଯାଇଛି।
ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ଼ ଭାଇକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବଡ଼ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା।
ବରି ରାମଚନ୍ଦ୍ରପୁର ପୁଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।
Follow Us