ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲମସି ଗ୍ରାମରେ ବଡ଼ ଭାଇ ରଞ୍ଜିତ ମହାନ୍ତ ( ଲାଡୁ) ସାନ ଭାଇ ମନୋଜ କୁମାର ମହାନ୍ତକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ଗତକାଲି ସାନଭାଇର ଝିଅ ବାହାଘର ସରିଥିଲା। ଆଜି ସମୁଦୁଣୀ ଦେଖା ସଂକ୍ରାନ୍ତରେ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରୁଥିବା ସମୟରେ ବଡ଼ଭାଇ ରଞ୍ଜିତ ପହଞ୍ଚି ଝଗଡା କରିଥିଲା।
ସାନଭାଇ ଏହାର ପ୍ରତିବାଦ କରିବାରୁ ରଞ୍ଜିତ ଏକ ଟାଙ୍ଗିଆରେ ମନୋଜର ମୁଣ୍ଡରେ ଖୁବ ଜୋରରେ ଏକ ଚୋଟ ମାରିଥିଲା। ଫଳରେ ସାନଭାଇ ତଳେ ବେହୋସ ହୋଇ ପଡି ଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ଲହୁଣିପଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମନୋଜକୁ ମୃତ ଘୋଷଣା କରିଥିଲେ। ପୁଲିସ ଲମସି ଗ୍ରାମରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରି ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇଛି।
Follow Us