ବଡ଼ଭାଇର ଟାଙ୍ଗିଆ ମାଡ଼ରେ ସାନଭାଇର ମୃତ୍ୟୁ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ରାଉରକେଲା: ଜମିଭାଗକୁ କେନ୍ଦ୍ରକରି ବଡ଼ଭାଇର ଟାଙ୍ଗିଆବେଣ୍ଟ ମାଡ଼ରେ ସାନଭାଇର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ଘଟିଛି ବିଶ୍ରା ଥାନା ଅନ୍ତର୍ଗତ ଉର୍ମେଇ ପଞ୍ଚାୟତର ବଡ଼କୁଲାଗଜ ଗାଁରେ। ପୁଲିସ ଅଭିଯୁକ୍ତକୁ ଗିରଫକରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବିଶ୍ରା ଥାନା ଅଧୀନସ୍ଥ ଉର୍ମେଇ ପଞ୍ଚାୟତ ବଡ଼କୁଲା-ଗଜ ଗାଁର ବାସିନ୍ଦା ବୁଧରାମ ଓରାମ(୫୦) ଏକ ଜମିଭାଗକୁ କେନ୍ଦ୍ର କରି ତାଙ୍କ ସାନଭାଇ ସନିକା ଓରାମଙ୍କୁ ଟାଙ୍ଗିଆବେଣ୍ଟ ସାହାଯ୍ୟରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ  ସାନିକାଙ୍କ ମୃତ୍ୟୁ ଘଟିଥିଲା।  ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ସୂଚନାଦେବା ପରେ ବିଶ୍ରା ଇନ୍ସପେକ୍ଟର ଭଗବାନ ପୂଜାରୀ ପୁଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ପୁଲିସ ଏକ ହତ୍ୟା ମାମଲା ୯୨।୨୧ରୁଜୁକରି ବୁଧରାମକୁ କୋର୍ଟଚାଲାଣ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe