ସାମାନ୍ୟ କଳହରୁ ସାନକୁ ମାରିଲା ବଡ଼ଭାଇ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ସାମାନ୍ୟ କଳହରୁ ସାନକୁ ମାରିଲା ବଡ଼ଭାଇ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ଭବାନୀପାଟଣା: ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବାହାଦୂରବଗିଚା ପଡ଼ା ୱ।ର୍ଡ ନମ୍ବର ୬ ଠାରେ ନିଜ ସାନଭାଇକୁ ମାରିଲା ବଡ଼ଭାଇ। ମହେନ୍ଦ୍ର ବାଗ ନିଜ ସାନ ଭାଇ ଗଣେଶ ବାଗଙ୍କୁ ହତ୍ୟା କରିଥିବା ସୂଚନା ରହିଛି।

ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ଭିତରେ ସାମାନ୍ୟ ବଚସା ହେବାରୁ ମହେନ୍ଦ୍ର ପାଖରେ ଥିବା ଏକ ପେଚକସକୁ ଗଣେଶଙ୍କ ଛାତି ଏବଂ ପେଟରେ ଭୁସି ଦେଇଥିଲେ। ଘଟଣାସ୍ଥଳରେ ହିଁ ଗଣେଶ ଗୁରୁତର ହେଇଯାଇଥିଲେ। ପରିବାର ଲୋକ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିବା ବେଳେ ମହେନ୍ଦ୍ର ସକାଳୁ ନିଜେ ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe