ଜମିଜମା ବିବାଦକୁ ନେଇ ସାନଭାଇକୁ ହାଣିଲା ବଡ଼ଭାଇ, ଅଭିଯୁକ୍ତ ଫେରାର

Advertisment
ଜମିଜମା ବିବାଦକୁ ନେଇ ସାନଭାଇକୁ ହାଣିଲା ବଡ଼ଭାଇ, ଅଭିଯୁକ୍ତ ଫେରାର

ରାସଗୋବିନ୍ଦପୁର (ପ୍ରଦୀପ କୁମାର ଦାସ): ଜାଗାବାଡ଼ିକୁ ନେଇ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ନୁଣଚାଟି ଗ୍ରାମରେ।

ଘଟଣାରୁ ପ୍ରକାଶ, ଉକ୍ତ ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା। ଆଜି ସକାଳ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ଼ ମାରପିଟ ହୋଇଥିଲା। ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା ଯେ, ସେ ଏକ ଧାରୁଆ ତରୁଆଲ(ମାରଣାସ୍ତ୍ର)ରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡ଼ିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା, ଏବଂ ସଙ୍ଗେ ସଙ୍ଗେ ଅରୁଣ ମାହାନା ଘଟଣାସ୍ଥଳରୁ ଘରୁ ଫେରାର ହୋଇଯାଇଥିଲା। ଖବର ପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ଼ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe