ପୁଅକୁ ନ୍ୟାୟ ପାଇଁ ୧୭ ବର୍ଷ ହେଲା ଲଢ଼ୁଛନ୍ତି ବୃଦ୍ଧ ବାପା: ନବୀନ ସରକାରରେ ନ୍ୟାୟ ପାଇଲେନି, ମୋହନଙ୍କୁ ମାଗିଲେ

Advertisment

‘୨୦୦୮ ମସିହା ନଭେମ୍ବର ୨୧ ତାରିଖ ସନ୍ଧ୍ୟା। ମୋର ପୁଅ ଏକ ଘରୋଇ କମ୍ପ୍ୟୁଟର୍ ତାଲିମ କେନ୍ଦ୍ରର ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲା। ସେ ସମୟରେ ଗୋଳାବନ୍ଧକୁ ଏକ ପରୀକ୍ଷାର ସାକ୍ଷାତକାର ଦେବାକୁ ଆସିଥିବା ୮ଜଣ ଯୁବକ.....

‘୨୦୦୮ ମସିହା ନଭେମ୍ବର ୨୧ ତାରିଖ ସନ୍ଧ୍ୟା। ମୋର ପୁଅ ଏକ ଘରୋଇ କମ୍ପ୍ୟୁଟର୍ ତାଲିମ କେନ୍ଦ୍ରର ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲା। ସେ ସମୟରେ ଗୋଳାବନ୍ଧକୁ ଏକ ପରୀକ୍ଷାର ସାକ୍ଷାତକାର ଦେବାକୁ ଆସିଥିବା ୮ଜଣ ଯୁବକ.....

New Project (2)

trew

ବ୍ରହ୍ମପୁର: ‘୨୦୦୮ ମସିହା ନଭେମ୍ବର ୨୧ ତାରିଖ ସନ୍ଧ୍ୟା। ମୋର ପୁଅ ଏକ ଘରୋଇ କମ୍ପ୍ୟୁଟର୍ ତାଲିମ କେନ୍ଦ୍ରର ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲା। ସେ ସମୟରେ ଗୋଳାବନ୍ଧକୁ ଏକ ପରୀକ୍ଷାର ସାକ୍ଷାତକାର ଦେବାକୁ ଆସିଥିବା ୮ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିବାରୁ ମୋ ପୁଅ ତା’ର ସୁରକ୍ଷା ପାଇଁ ପ୍ରତିରୋଧ କରିବା ସହ ଯୁବକମାନଙ୍କ ଆଚରଣର ପ୍ରତିବାଦ କରିଥିଲା। ହେଲେ ଡଙ୍ଗା କାତରେ ମୁଣ୍ଡକୁ ନିର୍ମମ ପ୍ରହାରରେ ମୋର ୨୮ ବର୍ଷର ଭେଣ୍ଡିଆ ପୁଅର ଜୀବନ ଚାଲିଗଲା। ନିଜେ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିବାରୁ ଉଚିତ ନ୍ୟାୟ ମିଳିବ  ବୋଲି ଭାବିଥିଲି। ପୁଲିସ ବିଭାଗ ଓ ନ୍ୟାୟିକ ବ୍ୟବସ୍ଥାରୁ ସବୁ ପ୍ରକାର ସହଯୋଗ ମିଳିବାର ଆଶା ଥିଲା। କିନ୍ତୁ ଦେଖୁ ଦେଖୁ ୧୮ ବର୍ଷ ବିତିଗଲା, ସବୁ କିଛି ଓଲଟପାଲଟ ହୋଇଯାଇଛି। ଏହି ସମ୍ବେଦନଶୀଳ ମାମଲାରେ ୭ ଜଣ ଅଭିଯୁକ୍ତ ଦୁଇବର୍ଷ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି। ପୁଲିସ ରେକର୍ଡରେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର। ଯେଉଁମାନେ ଦୋଷ କଲେ ସେମାନେ ଆଇନ ଆଖିରେ ଆଜି ନିର୍ଦ୍ଦୋଷ ହୋଇଯାଇଛନ୍ତି ସତ, କିନ୍ତୁ ମୁଁ ଏବେ ବି ୭୬ ବର୍ଷ ବୟସରେ ପୁଅକୁ ନ୍ୟାୟ ଦେବା ପାଇଁ ଲଢ଼ୁଛି ଆଉ ଲଢ଼ୁଥିବି। ସରକାର ନିଶ୍ଚିତ ଭାବେ ମୋର ଗୁହାରି ଶୁଣିବେ ବୋଲି ଆଜି ବି ଆଶା ବାନ୍ଧି ବସିଛି।’ ଏଭଳି କୋହଭରା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଫାଷ୍ଟଗେଟ୍ ନିକଟ ରଘୁପତିନଗର ପ୍ରଥମ ଲାଇନ୍ ବାସିନ୍ଦା ନାରାୟଣ ତ୍ରିପାଠୀ। 

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମ ମାମଲା ଏବେ ଜାତୀୟ ପ୍ରସଙ୍ଗ। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ୍‌କୁ ତଦନ୍ତଭାର ଦେଇଛନ୍ତି। ଆଉ ଏହି ଘଟଣା ୨୦୦୮ ମସିହା ନଭେମ୍ବର ୨୧ ତାରିଖରେ ଗୋପାଳପୁର ବେଳାଭୂମି ବତିଘର ନିକଟରେ ସଂଘଟିତ ଆଶିଷ ତ୍ରିପାଠୀ ହତ୍ୟାକାଣ୍ଡର ସ୍ମୃତିକୁ ପୁଣି ତାଜା କରିଛି। ସେହିଦିନ ଆଶିଷ ତାଙ୍କର ଜଣେ ଯୁବତୀ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ଯାଇଥିଲେ। ଯୁବତୀଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ତାଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା। ହତ୍ୟାକାରୀମାନେ ତାଙ୍କର ମୋବାଇଲ୍ ଓ ପର୍ସ ନେଇଯାଇଥିଲେ। ଏହି ସମ୍ବେଦନଶୀଳ ଘଟଣାର ପାଖାପାଖି ୫ ମାସ ପରେ ଜଣେ ଅଭିଯୁକ୍ତ ପ୍ରଥମେ ଉତ୍ତରପ୍ରଦେଶରୁ ଠାବ ହୋଇଥିଲା। ଆଶିଷଙ୍କ ଚୋରି ଯାଇଥିବା ମୋବାଇଲ୍ ଟ୍ରାକିଂରୁ ପୁଲିସକୁ ସୁରାକ୍ ମିଳିବା ପରେ ତାକୁ ସେଠାରୁ ଗିରଫ କରାଯାଇଥିଲା। ବାକି ୬ ଜଣ ଗୋଳାବନ୍ଧରୁ ଗିରଫ ହୋଇଥିଲେ। ଏହାମଧ୍ୟରେ ସମସ୍ତ ୭ ଜଣ ଅଭିଯୁକ୍ତ ତଳ କୋର୍ଟରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇସାରିଛନ୍ତି। 

ମୃତ ଆଶିଷଙ୍କ ବାପା ନାରାୟଣ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ପୁଅକୁ ହତ୍ୟା ପରେ ମୋର ପତ୍ନୀ ଓ ସାନପୁଅ ମାନସିକ ଭାବେ ଭାଙ୍ଗିପଡ଼ିଥିଲୁ। ମାମଲା ରୁଜୁ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କଲା। ଆଉ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ଓ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଗୁହାରି କଲି। ଏପରିକି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ବି ଲେଖିଲି। ମାନବାଧିକାର କମିସନଙ୍କ ଦ୍ବାରସ୍ଥ ‌ହେଲି। କିନ୍ତୁ କିଛି ସୁଫଳ ମିଳିଲାନି। ଏଭଳି ଜଘନ୍ୟ ଅପରାଧ ଘଟାଇ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିବା ବେଳେ ମୋତେ କାହା ପାଖରୁ ସହଯୋଗ ମିଳିଲାନି। ତଥାପି ଅଭିଯୁକ୍ତମାନେ ନିଶ୍ଚୟ ଦଣ୍ଡ ପାଇବେ ଓ ନ୍ୟାୟ ପାଇଁ ଆଶାବାଦୀ ରହିଛି। ଉପରକୋର୍ଟରେ ମାମଲାକୁ ଗୁରୁତ୍ବର ସହ ‌ନିଆଯିବା ସହ ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନିଅନ୍ତୁ। ଆଉ ଗୋପାଳପୁର ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ କ‌ଠୋର ଦଣ୍ଡ ଦିଆଯାଉ। କାରଣ ଏଭଳି ଅପରାଧ ପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ହିଁ ସମାଜକୁ ଏକ ଉଚିତ ବାର୍ତ୍ତା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe