ନିମାପଡ଼ା : ଶାଶୂ-ବୋହୂଙ୍କୁ ରୁଲ୍ ବାଡ଼ିରେ ପିଟିବା ଘଟଣାରେ ନିମାପଡ଼ା ଆଇଆଇସିଙ୍କ ବରଖାସ୍ତ ଦାବି ଜୋର୍ ଧରିଛି। ଗତ ୭ ତାରିଖରେ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ପାରିବାରିକ କଳିକୁ କେନ୍ଦ୍ରକରି ଥାନାକୁ ଆସିଥିବା ଶାଶୂ ୭୫ ବର୍ଷୀୟା ବାସନ୍ତୀ ପଳତା ଓ ବୋହୂ ରୀତା ପଳତାଙ୍କୁ ନିର୍ଧୂମ ପିଟିଥିଲେ। ମାଡ଼ରେ ତାଙ୍କର ଏବଂ ଶାଶୂଙ୍କ ପିଠିରେ ନୋଳା ବସିଯାଇଥିବା ବେଳେ ରୀତାଙ୍କ ଡାହାଣ ହାତ ପାପୁଲି ଆଙ୍ଗୁଠିଗୁଡ଼ିକ ଗୁୁରୁତର ଆଘାତପ୍ରାପ୍ତ ହୋଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ପୁରୀ ଏସ୍ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି ଧୀରେନ୍ କୁମାର ନନ୍ଦ ଇତିମଧ୍ୟରେ ନିମାପଡ଼ା ଉପଖଣ୍ଡ ଅଧିକାରୀଙ୍କ ଅଫିସରେ ଘଟଣାର ତଦନ୍ତ କରି ଫେରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଓ ବିଜେପି ପକ୍ଷରୁ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
ଥାନାରେ ଶାଶୂ-ବୋହୂଙ୍କୁ ମାଡ଼ ଘଟଣା; ନିମାପଡ଼ା ଆଇଆଇସିଙ୍କୁ ବରଖାସ୍ତ ଦାବି
Advertisment
Follow Us