କଂଗ୍ରେସର ଶୋଚନୀୟ ପ୍ରଦର୍ଶନ : କଟକ ଲୋକସଭା ସମେତ ଜିଲ୍ଲାର ୭ ବିଧାନସଭାରେ ପ୍ରାର୍ଥୀଙ୍କ ଅମାନତ ଉଡ଼ିଲା

Advertisment
କଂଗ୍ରେସର ଶୋଚନୀୟ ପ୍ରଦର୍ଶନ : କଟକ ଲୋକସଭା ସମେତ ଜିଲ୍ଲାର ୭ ବିଧାନସଭାରେ ପ୍ରାର୍ଥୀଙ୍କ ଅମାନତ ଉଡ଼ିଲା

financialexpress.com

କଟକ : କଟକ ଜିଲ୍ଲାରେ ଅତ୍ୟନ୍ତ ‌ଶୋଚନୀୟ ପ୍ରଦର୍ଶନ କରିଛି କଂଗ୍ରେସ। କଟକ ଲୋକସଭା ସମେତ ଜିଲ୍ଲାର ୯ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ କଂଗ୍ରେସ ପ୍ରାର୍ଥୀଙ୍କ ଜମାନତ ରଦ୍ଦ ହୋଇଯାଇଛି। ପ୍ରାର୍ଥୀଙ୍କ ଜମାନତ ରାଶି କାଏମ ରହିବା ପାଇଁ ମିଳିଥିବା ମୋଟ ଭୋଟର ଏକ ଷଷ୍ଠାଶଂ (୧୬.୬ ପ୍ରତିଶତ)ରୁ ଅଧିକ ଭୋଟ ପାଇବା ଜରୁରି। କିନ୍ତୁ ୭ ବିଧାନସଭା ଓ କଟକ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ପାଇଛନ୍ତି ୧୦ ପ୍ରତିଶତରୁ କମ ଭୋଟ। କେବଳ ବାରବାଟୀ-କଟକରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବା ବେଳେ ବାଙ୍କିରେ କଂଗ୍ରେସ ପ୍ରାର୍ଥୀ ଦେବାଶି‌ ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

କଟକ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପଂଚାନନ କାନୁ‌ନଗୋ ପାଇଛନ୍ତି ‌ମୋଟ ଭୋଟର ୯.୪୨ ପ୍ରତିଶତ। ବଡମ୍ବାରେ କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ପାଇଛନ୍ତି ମୋଟ ଭୋଟର ୩.୫୮ ପ୍ରତିଶତ। ଆଠଗଡରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ପାଇଛନ୍ତି ମୋଟ ଭୋଟର ୬.୭୪ ପ୍ରତିଶତ। ଚୌଦ୍ବାର-କଟକରେ କଂଗ୍ରେସ ପ୍ରାର୍ଥୀ ଜଗଦିଶ ମହାନ୍ତି ପାଇଛନ୍ତି ମୋଟ ଭୋଟର ୫.୦୭ ପ୍ରତିଶତ। କଟକ ସଦରରେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମହାନନ୍ଦ ପାଇଛନ୍ତି ମୋଟ ଭୋଟର ୪ ପ୍ରତିଶତ। ନିଆଳିରେ କଂଗ୍ରେସ ପ୍ରାର୍ଥୀ ମମତା ଭୋଇ ପାଇଛନ୍ତି ମୋଟ ଭୋଟର ୭.୨୨ ପ୍ରତିଶତ। ସାଲେପୁରରେ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କର ପାଇଛନ୍ତି ମୋଟ ଭୋଟର ୨.୯୮ ପ୍ରତିଶତ। ମାହାଙ୍ଗାରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ପାଇଛନ୍ତି ମୋଟ ଭୋଟର ୭.୪୭ ପ୍ରତିଶତ। ନିର୍ବାଚନ ନିୟମ ଅନୁଯାୟୀ ଏହି ସମସ୍ତ କଂଗ୍ରେସ ପ୍ରାର୍ଥୀଙ୍କ ଜମାନତ ରଦ୍ଦ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe