ନିର୍ବାଚନ ଭିନ୍ନ ବିଚାରଧାରାରେ ପରିଚାଳିତ ହେଲା: ନିରଞ୍ଜନ

Advertisment
ନିର୍ବାଚନ ଭିନ୍ନ ବିଚାରଧାରାରେ ପରିଚାଳିତ ହେଲା: ନିରଞ୍ଜନ

ଭୁବନେଶ୍ବର : ଦେଶରେ ଗତ ନିର୍ବାଚନ ଏକ ଭିନ୍ନ ବିଚାରଧାରାରେ ପରିଚାଳିତ ହୋଇଛି। କେନ୍ଦ୍ରର ବିଜେପି ସରକାର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି। ପାକିସ୍ଥାନ ବିରୁଦ୍ଧରେ ମୋଦୀ ସ୍ୱର ଉତ୍ତୋଳନ କରି ଜନମତକୁ ବିଭ୍ରାନ୍ତ କରିଛନ୍ତି, ଯାହା ଭବିଷ୍ୟତରେ ଭାରତର ଗଣତନ୍ତ୍ର ପ୍ରତି ବିପଦ ଅଟେ। ସେହିଭଳି ଓଡିଶାରେ ବିଜେଡି ସରକାରୀ କଳ, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ହାତେଇବାରେ ସକ୍ଷମ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଂଗ୍ରେସ ଭବନରେ ରାଜ୍ୟ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପିିସିସି ସଭାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ସେବାଦଳ କର୍ମକର୍ତା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଗତ ନିର୍ବାଚନରେ ଖୁବ୍ କମ୍ ସ୍ଥାନରେ ଦଳୀୟ ପ୍ରାର୍ଥୀମାନେ ସେବାଦଳର କର୍ମୀମାନଙ୍କୁ ବିଶ୍ୱାସକୁ ନେଇ ନିର୍ବାଚନ କାର୍ଯ୍ୟରେ ସାମିଲ କରାଇଥିବା ବେଳେ ବହୁ ସ୍ଥାନରେ ଦୂରେଇ ରଖିଥିଲେ। ରାଜ୍ୟ ସେବାଦଳ ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସେବାଦଳ ରାଜ୍ୟ କର୍ମକର୍ତା, ଜିଲ୍ଲା ମୁଖ୍ୟ ସଂଗଠକ ଓ ସଂଗଠିକା ଜ୍ୟୋତିଷ କୁମାର ସାହୁ, ନିଲେଶ ପାତ୍ର, ମହମ୍ମଦ ଶାହାଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe