କଣ୍ଟାବାଂଝି, ବୌଦ୍ଧ ଓ ପୋଲସରା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ମାମଲା

Advertisment
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ : ଇଂରାଜୀ ବଡ଼ ଅକ୍ଷରରେ ଲେଖାଯିବ ଆଇନଜୀବୀଙ୍କ ପୂରା ନାଁ

କଟକ: କଣ୍ଟାବାଂଝି, ବୌଦ୍ଧ ଓ ପୋଲସରା ବିଧାନସଭା ଆସନ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟରେ ପୃଥକ ଭାବେ ତିନୋଟି ନିର୍ବାଚନୀ ମୋକଦ୍ଦମା ଦାୟର ହୋଇଛି। କଣ୍ଟାବାଂଝି ଆସନରୁ ମାତ୍ର ୧୨୮ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦାୟର କରିଥିବା ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଇଛନ୍ତି ଯେ ନିର୍ବାଚନରେ ୧ ଲକ୍ଷ ୮୨ ହଜାର ୪୧୧ ମତଦାତା ମତ ସାବ୍ୟସ୍ତ କରିଥିବା ବେଳେ ଇଭିଏମରୁ ଆଉ ଅଧିକ ୮ ହଜାର ୬୬୬ଟି ଭୋଟ ମିଳିଥିଲା। ଭୋଟ ଗଣତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି କଣ୍ଟାବାଂଝି ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କଂଣ୍ଟାବାଂଝିରୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ମଧ୍ୟ ଅନୁରୂପ ଭାବେ ବିଜେଡିର ପ୍ରଦୀପ୍ ଅମାତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ନିର୍ବାଚନୀ ମାମଲା ରୁଜୁ କରିଛନ୍ତି। ଭୋଟ ଗଣତି ସମୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସେ ଏହି ମାମଲା ରୁଜୁ କରିଛନ୍ତି। ୫ ଜହାର ଭୋଟ ଗଣତି କରାଯାଇ ନାହିଁ। ୨୦୧୯, ମେ ୨୧ରେ ଗଣତି ପ୍ରସଂଗରେ ନିର୍ବାଚନ କମିସନ୍ ଜାରି କରିଥିବା ନିର୍ଦ୍ଦେଶନାମାର ବୈଦ୍ଧତାକୁ ଏହି ମାମଲାରେ ଚାଲେଞ୍ଜ କରାଯାଇଛି।

ଅନ୍ୟ ଏକ ମାମଲାରେ ପୋଲସରା ନିର୍ବାଚନ ମଣ୍ଡଳୀର ପରାଜିତ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନକୁ ଚାଲେଞ୍ଜ କରିଛନ୍ତି। ଶ୍ରୀ ସାହୁ ଶିକ୍ଷାଗତ ଯୋଗ୍ୟତା ପ୍ରସଂଗରେ ସତ୍ୟପାଠରେ ଦେଇଥିବା ତଥ୍ୟ ଠିକ୍ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ଶ୍ରୀ ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଉକ୍ତ ମାମଲାଗୁଡିକୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବାବେଳେ ଅଦ୍ବିତୀୟ ଶତପଥୀ, ସମ୍ବିତ ମହାନ୍ତି, ଗାୟତ୍ରୀ ପାତ୍ର, ସୌମିକ ସ୍ପନ୍ଦନ ତ୍ରିପାଠୀ, ତ୍ରିସନ୍ଧ୍ୟା ମିଶ୍ର ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe