ଆଗୁଆ ନିର୍ବାଚନ ପ୍ରସଙ୍ଗ: ପ୍ରଶ୍ନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଉତ୍ତର ରଖିଲେ ବିଜେଡି ନେତା

Advertisment
ପ୍ରଶାନ୍ତଙ୍କୁ ମିଥ୍ୟା ମାମଲାରେ ବିଜେଡି ଫସାଇଛି: ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟ ସରକାର କାହିଁକି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛନ୍ତି? ୫ବର୍ଷ ପାଇଁ ଜନାଦେଶ ମିଳିଛି, ୫ବର୍ଷ କାମ କରନ୍ତୁ’। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟର ପ୍ରଶ୍ନ ନାହିଁ। ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ଯେବେ ବି ନିର୍ବାଚନ ହେବ, ସେଥିଲାଗି ବିଜେପି ପ୍ରସ୍ତୁତ ଅଛି।

publive-image

ଏଣେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏହି ପ୍ରତିକ୍ରିୟା ଉପରେ ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ତଥା ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ଓଡ଼ିଶା ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହିନାହାନ୍ତି। ବିଜୁ ଜନତା ଦଳ ଏକଥା କେବେ କହିନାହିଁ। ଅପରାଜିତା କେଉଁଠୁ ଏକଥା ଜାଣିଲେ, ସେ ଜାଣିଥିବେ। ଯଦି ବି ଆଗୁଆ ନିର୍ବାଚନ ହୁଏ କିଛି ନୂଆ କଥା ନୁହେଁ। ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ଚାହିଁଲେ ୫ ବର୍ଷ ପୂର୍ବରୁ ସରକାର ଭାଙ୍ଗିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe