ପ୍ରଚାର ମୈଦାନରେ ପ୍ରାର୍ଥୀ, ବଢ଼ିଲା ନିର୍ବାଚନୀ ଉଷ୍ମତା; ୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ

Advertisment

ଡିଜିଟାଲ ପ୍ଲାଟଫର୍ମରେ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ

ଡିଜିଟାଲ ପ୍ଲାଟଫର୍ମରେ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ବାଲେଶ୍ବର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ସଂଧ୍ୟାରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏହା‌ପରେ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ବଢ଼ିଯିବା ସହ ବିଭିନ୍ନ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରଣନୀତି ପ୍ରସ୍ତୁତ କରି ସିଧା ମଇଦାନକୁ ଓହ୍ଲାଇ ଯାଇଛନ୍ତି। ଘରକୁ ଘର ବୁଲି ପ୍ରଚାର କରିବା ସହ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ପ୍ରଚାର କାର୍ଯ୍ୟକୁ ଜୋରଦାର କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି।

ଜିଲ୍ଲାର ୪୫ ଜିଲ୍ଲା ପରିଷଦ ସଭ୍ୟ, ୩୫୬ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ସମେତ ୪୮୭୦ ୱାର୍ଡ ସଭ୍ୟ ପଦ ପାଇଁ ମୋଟ ୧୬ଲକ୍ଷ ୯୨ହଜାର ୨୯୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ୪୮୭୦ ୱାର୍ଡ ପାଇଁ ୧୨ହଜାର ୨୭୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିରୁ ୫୩୬ ଜଣ ଯାଞ୍ଚ୍‌ ପ୍ରକ୍ରିୟାରେ କଟିଯାଇଥିବା ବେଳେ ୧୨୮୪ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ୩୫୬ ସରପଞ୍ଚ ପଦ ପାଇଁ ୧୮୯୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିରୁ ଯାଞ୍ଚ୍‌ରେ ୨୮୩ଟି ପ୍ରାର୍ଥିପତ୍ର ନାକଚ ହୋଇଛି ଏବଂ ୩୫୬ଟି ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇଛି। ସମିତିସଭ୍ୟ ପଦ ପାଇଁ ୧୫୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ୍‌ରେ ୧୭୦ଟି ନାମାଙ୍କନ ପତ୍ର କଟିଯାଇଥିବା ବେଳେ ୨୪୮ଟି ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇଛି।

ସେହିପରି ୪୫ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୨୩୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ ହେଁ ୫୭ ଜଣ ପ୍ରାର୍ଥୀ ଯାଞ୍ଚ୍‌ ପ୍ରକ୍ରିୟାରେ ବାଦ୍‌ ପଡ଼ିଥିଲେ ଏବଂ ୫ ଜଣ ପ୍ରାର୍ଥୀ ବିଭିନ୍ନ କାରଣରୁ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେବେ ବର୍ତ୍ତମାନ ୧୦ହଜାର ୪୫୯ ୱାର୍ଡସଭ୍ୟ ପ୍ରାର୍ଥୀ, ୧୨୫୩ ସରପଞ୍ଚ ପ୍ରାର୍ଥୀ, ୧୦୯୬ ସମିତିସଭ୍ୟ ପ୍ରାର୍ଥୀ ଏବଂ ୧୭୪ ଜିଲ୍ଲା ପରିଷଦ ପ୍ରାର୍ଥୀ ଲଢ଼େଇ ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ଜିଲ୍ଲା ପରିଷଦ ପାଇଁ ୪୫ଟି ଜୋନ୍‌ରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ୧୩ ଜଣ, ସିପିଏମ୍‌ରୁ ୧୨ ଜଣ, ବିଏସ୍‌ପିରୁ ୪ ଜଣ, ଜେଏମ୍‌ଏମ୍‌ରୁ ୪ ଜଣ, ସିପିଆଇରୁ ୩ ଜଣ ଓ ଆପ୍‌ରୁ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ କେବଳ ୧୮ଟି ଆସନରେ କେବଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe