କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

Advertisment
କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଛି। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଭୈବଭ ସିଂ ଚୌହାନ, ଲାଞ୍ଜିଗଡ଼, ନର୍ଲା ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀ ପାଇଁ କେ. ସୁରଜିତ ଏବଂ ଜୁନାଗଡ଼ ଓ ଧର୍ମଗଡ଼ ନିର୍ବାଚନମଣ୍ଡଳୀ ସହ ନୂଆପଡ଼ା, ଖଡ଼ିଆଳ ପାଇଁ ମଣିଶଙ୍କର ବର୍ଦୋଲଇ ପ୍ରମୁଖ ପର୍ଯ୍ୟବେକ୍ଷକ ରୂପେ ନିର୍ବାଚନ କମିସନ ଦ୍ୱାରା ନିଯୁକ୍ତି ପାଇଛନ୍ତି।

ବୈଠକରେ ୫ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନ ପାଇଁ ୬ ଜଣ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ଆୟକର ବିଭାଗ, ସିଟିଜିଏସ୍‌ଟି ବିଭଗ, ଅବକାରୀ ବିଭାଗ, ବନ ବିଭାଗ, ପରିବହନ ବିଭାଗ ଅଧିକାରୀଙ୍କ ସହ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ତ୍ରିଲୋଚନ ପାତ୍ର, ଜିଲ୍ଲା ପରିଷଦ ସିଡିଓ ଦୟାମୟ ପାଢ଼ୀ, ଧର୍ମଗଡ଼ ଉପଜିଲ୍ଲାପାଳ ଧିମନ୍ ଚକମା, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ନିର୍ବାଚନ ସଂଯୁକ୍ତ ଅଧିକାରୀ, ଡିଆଇପିଆର୍‌ଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଚୌହାନ ଏବଂ କେ. ସୁରଜିତ ବିଭିନ୍ନ ଟିମ୍‌ଭିଏସ୍‌ଟି, ଏସ୍‌ଏସ୍‌ଟି, ଭିଏସ୍‌ଟି, ଆକାଉଣ୍ଟ ଟିମ୍, ଫ୍ଲାଇଙ୍ଗ ସ୍କ୍ବାଡ୍‌, ଏମ୍‌ସିଏମ୍‌ସି ଟିମ୍‌ର ନୋଡାଲ ଅଧିକାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରିଥିଲେ। ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀମାନଙ୍କୁ ନିଜ ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ ସହ ଯେ କୌଣସି ଆଚରଣ ବିଧି ଉଲ୍ଲଙ୍ଘନକୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଖର୍ଚ୍ଚ ସମ୍ବର୍ଦ୍ଧିତ କିମ୍ବା ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ବିଷୟ ଉପରେ ଭୈବଭ ସିଂ ଚୌହାନଙ୍କୁ ମୋବାଇଲ ନଂ. ୭୦୦୮୩ ୮୦୦୮୩, କେ. ସୁରଜିତଙ୍କୁ ମୋବାଇଲ ନଂ. ୬୩୭୦୪ ୪୯୬୪୫, ମଣି ଶଙ୍କର ବର୍ଦୋଲଇଙ୍କୁ ମୋବାଇଲ ନଂ. ୭୬୦୬୯୭୭୨୬୩ ରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe