ରାତି ପାହିଲେ କୋଟିଆରେ ନିର୍ବାଚନ; ମତଦାନ ପୂର୍ବରୁ ସୀମାରେ ଚେକିଂ କଡ଼ାକଡ଼ି, ପରିଚୟ ଦେଖାଇଲେ ଓଡ଼ିଶା ମାଟିରେ ପ୍ରବେଶ

Advertisment

ପଟ୍ଟାଙ୍ଗିରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ୪୬୩୭୩ ମତଦାତା

ପଟ୍ଟାଙ୍ଗିରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ୪୬୩୭୩ ମତଦାତା

ରାତି ପାହିଲେ କୋଟିଆରେ ନିର୍ବାଚନ; ମତଦାନ ପୂର୍ବରୁ ସୀମାରେ ଚେକିଂ କଡ଼ାକଡ଼ି, ପରିଚୟ ଦେଖାଇଲେ ଓଡ଼ିଶା ମାଟିରେ ପ୍ରବେଶ

ପଟ୍ଟାଙ୍ଗି: ରାତି ପାହିଲେ କୋଟିଆରେ ନିର୍ବାଚନ ହେବ। ଭୋଟ୍‌ ଦେବେ କୋଟିଆବାସୀ। ଭୋଟ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଚେକିଂ ଜୋରଦାର ଚାଲିଛି। ତମ୍ବୁଟାଣି ପୁଲିସର ପହଁରା ଦେଉଛି। ସୀମାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରିଦିଆଯାଇଛି। ଓଡ଼ିଶର ପରିଚୟ ଦେଖାଇଲେ ପ୍ରବେଶ ପାଇଁ ଅନୁମତି ମିଳୁଛି।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ଶୁକ୍ରବାର ୨ୟ ପର୍ଯୟରେ ମତଦାନ ହେବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ସମସ୍ତ ପୁଲିଙ୍ଗ ପାର୍ଟି ନିଜ ନିଜ ନିର୍ବାଚନ ସରଞ୍ଜାମ ଧରି ବୁଥ ଅଭିମୁଖେ ବାହାରିଥିବା ଦେଖିବାକୁ ମିଳିଛି। ବ୍ଲକରେ ମୋଟ ୧୪ ଗୋଟି ଗ୍ରାମପଞ୍ଚାୟତ ରହିଥିବା ବେଳେ ୧୫୭ ଟି ବୁଥ କରାଯାଇଛି। ସେଥି ମଧ୍ୟରୁ ୪୨ଟି ବୁଥ ସମ୍ବେଦନଶୀଳ। ମୋଟ ୪୬୩୭୩ ଜଣ ମତଦାତା ରହିଥିବା ବେଳେ ଦୁଇଟି ଜିଲ୍ଲା ପରିଷଦ ଜୋନ ରହିଛି ଓ ସେଥିରେ ୫ ଜଣ ପ୍ରାର୍ଥୀ,୧୪ ଗୋଟି ଗ୍ରାମପଞ୍ଚାୟତ ପାଇଁ ୪୫ ଜଣ ସରପଞ୍ଚ ପ୍ରାର୍ଥୀ, ୩୩ ଜଣ ସମତିସଭ୍ୟ ପ୍ରାର୍ଥୀ ଓ ୨୧୪ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ମଇଦାନକୁ ଓଲ୍ଲଇ ଥିବା ଜଣାପଡିଛି ଓ ଶୁକ୍ରବାର ସେମାନଙ୍କ ଭାଗ୍ୟ ପରୀକ୍ଷା ଭୋଟର ନିର୍ଦ୍ଧାରଣ କରିବେ।

ମୁଖ୍ୟତ ଆନ୍ଧ୍ର-ଓଡ଼ିଶା ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆର୍ଜୁବଲସା, ତାଡିବଲସା ବୁଥ ନିମନ୍ତେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ, ମାଡ଼କାର ବୁଥ ପାଇଁ ମଧ୍ୟ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ଓ ଫଗୁଣସିନେରୀ ବୁଥ ପାଇଁ ମଧ୍ୟ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ଓ ପାଟୁସିନେରୀ ଓ ନେରେଡିବଲସା ଗ୍ରାମ ଠାରେ ବ୍ଲୋକିଙ୍ଗ ପୋଏଣ୍ଟ କରାଯାଇ ଏମଭି ଚେକିଙ୍ଗ ପାଇଁ ବ୍ୟବସ୍ଥା ରହିଥିବା ପଟ୍ଟାଙ୍ଗି ଆଇଆଇସି କୌବଲ୍ୟ ସେଟ ସୂଚନା ଦେଇଛନ୍ତି ଓ ସୁନେବେଡା ଏସଡିପିଓ ମନୋଜ କୁମାର ବେହେରା ଉକ୍ତ ଅଞ୍ଚଳକୁ ସୁପ୍ରଭାଇଜିଙ୍ଗ ଓ ସୁନେବେଡା ଆଇଆଇସି ସମ୍ବିଦ କୁମାର ବେହେରା ସେକ୍ଟର ଅଫିସର ଭାବେ ନିୟୋଜିତ ହୋଇଥିବା ସୂଚନା ମିଳିଛି। କୋଟିଆରେ ୧୩ ଗୋଟି ବୁଥ ରହିଛି।ଏଥି ନିମନ୍ତେ ୧୪ଟି ସେକ୍ଟର ଅଫିସର ଙ୍କୁ ନିଯୁକ୍ତି କରାଯାଇଛି। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମତଦାନ ହେବ ବୋଲି ପଟ୍ଟାଙ୍ଗି ବିଡ଼ିଓ ସମ୍ୟ ସାର୍ଥକ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe